ଅନୁଷ୍କାଙ୍କ ବିବାହ ସମୟର ଲେହେଙ୍ଗାକୁ ନେଇ ତାଙ୍କ ସାଙ୍ଗ ଅସନ୍ତୁଷ୍ଟ, କାରଣ ଜାଣନ୍ତୁ

ମୁମ୍ବାଇ: ଇଟାଲିର ମିଲାନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ କ୍ରିକେଟ୍‌ ତାରକା ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ବିବାହ କରିବା ପରେ ବିରାଟ ନିଜ ବିବାହ ସଂପର୍କରେ ଟୁଇଟର୍‌ ଆକାଉଣ୍ଟରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ଏହାପରେ ବିରାଟ-ଅନୁଷ୍କାଙ୍କର ନିର୍ବନ୍ଧରୁ ନେଇ ମେହେନ୍ଦୀ, ବିବାହ ଆଦିର ସମସ୍ତ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଦୁହେଁ ହନିମୁନ୍‌ରୁ ଗତକାଲି ଫେରିଥିବା ମଧ୍ୟ ସୂଚନା ମିଳିଛି।

ଅନୁଷ୍କା ଓ ଡିଜାଇନର ମନୀଷ ମଲହୋତ୍ରାଙ୍କ ମଧ୍ୟରେ ଖୁବ୍‌ ଭଲ ବନ୍ଧୁତା ଥିଲା। ତେବେ ନିକଟରେ ଅନୁଷ୍କାଙ୍କ ଉପରେ ତାଙ୍କ ସାଙ୍ଗ ମନୀଷ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ଏହାକୁ ନେଇ ମନୀଷ କହିଛନ୍ତି, ‘ମୁଁ ଯେତେବେଳେ ଜାଣିଲି ସବ୍ୟସାଚ୍ଚୀ ଅନୁଷ୍କାଙ୍କ ଲେହେଙ୍ଗା ଡିଜାଇନ୍‌ କରିବେ ମୋତେ ଝଟକା ଲାଗିଥିଲା। କାରଣ ମୁଁ କେବେ ବିଶ୍ୱାସ କରି ନ ଥିଲି ଯେ ଅନୁଷ୍କା ମୋତେ ତାଙ୍କ ଲେହେଙ୍ଗା ଡିଜାଇନ୍‌ କରିବାକୁ ନଦେଇ ସବ୍ୟସାଚ୍ଚୀଙ୍କୁ ଦେବେ।’

ମନୀଷ ‘ୟେ ଦିଲ ହୈ ମୁସ୍‌କିଲ୍‌’ ସହିତ ଆହୁରି ଅନେକ ସିନେମାରେ ଅନୁଷ୍କାଙ୍କ ପୋଷାକ ଡିଜାଇନ୍‌ କରିଥିଲେ। କେବଳ ଏତିକି ନୁହେଁ, ଅନୁଷ୍କା ବିଭିନ୍ନ ଫ୍ୟାସନ୍‌ ସୋ’ରେ ମନୀଷଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକକୁ ପରିଧାନ କରିଥିବାର ଦେଖିବାକୁ ମିଳିଥିଲା।

ତେବେ ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି କି, ‘ୟେ ଦିଲ ହୈ ମୁସ୍‌କିଲ୍‌’ ରେ ମନୀଷଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ୧୭କିଲୋର ଲେହେଙ୍ଗା ଅନୁଷ୍କାଙ୍କୁ ବୋଧହୁଏ ପସନ୍ଦ ଆସି ନ ଥିଲା। ତେଣୁ ସେ  ମଜାରେ ମନୀଷଙ୍କୁ ଏ ସମ୍ପର୍କରେ ମଧ୍ୟ ଟୁଇଟ କରି ଜଣାଇଥିଲେ। ତେବେ ଅନୁଷ୍କାଙ୍କୁ ତାଙ୍କ ବିବାହରେ ଏଭଳି ଓଜନର ଲେହେଙ୍ଗା ପିନ୍ଧିବାର ନଥିବାରୁ ସେ ସବ୍ୟସାଚ୍ଚୀଙ୍କୁ ତାଙ୍କର ଲେହେଙ୍ଗା ଡିଜାଇନ୍‌ କରିବାକୁ ଦେଇଥିଲେ।

ବିରାଟ ଓ ଅନୁଷ୍କା ବିବାହ ସମୟରେ ମ୍ୟାଚିଂ କରି ପୋଷାକ ପରିଧାନ କରିଥିଲେ। ବିରାଟ ହାଲକା ଗୋଲାପି ରଙ୍ଗର ସେରଓ୍ଵାନି ଓ ଅନୁଷ୍କା ଶର୍ମା ହଲାକା ଗୋଲାପି ରଙ୍ଗର ଲେହେଙ୍ଗା ପରିଧାନ କରିଥିଲେ। ତେବେ ଅନୁଷ୍କା ଲେହେଙ୍ଗା ଓ ବିରାଟଙ୍କ ସେର୍‌ଓ୍ଵାନିକୁ ଫେସନ୍‌ ଡିଜାଇନର ସବ୍ୟସାଚ୍ଚୀ ମୁଖାର୍ଜୀ ଡିଜାଇନ୍‌ କରିଥିଲେ। ସବ୍ୟସାଚ୍ଚୀ ମୁଖାର୍ଜୀଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଅନୁଷ୍କାଙ୍କ ଲେହେଙ୍ଗାରେ ଚଢ଼େଇ ଓ ପ୍ରଜାପତି ଆଦି ଅଙ୍କା ଯାଇଥିଲା। ଅନୁଷ୍କାଙ୍କ ଲେହେଙ୍ଗା ଡିଜାଇନ୍‌ କରିବା ପାଇଁ ୬୭ ଜଣ କାରିଗର ୩୨ ଦିନ ସମୟ ନେଇଥିଲେ। ତାଙ୍କ ଲେହେଙ୍ଗାରେ ହୀରା, ମୋତି ଆଦି ବହୁମୂଲ୍ୟ ଧାତୁ ଖଞ୍ଜା ଯାଇଥିଲା । ସେହିପରି ବିରାଟ ପିନ୍ଧିଥିବା ସେରଓ୍ଵାନିକୁ ଡିଜାଇନ୍‌ କରିଛନ୍ତି ନିଜେ ସବ୍ୟସାଚ୍ଚୀ। ତାଙ୍କ ସେରଓ୍ଵାନିରେ ସ୍ୱର୍ଣ୍ଣ ପାତ ଲାଗିଥିବା ଜାଣିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର