‘ଏମ୍‌ଭି- ୭୯’ରେ ଅଭିନେତା ବିଶ୍ବରୂପଙ୍କ ନୂଆ ଅବତାର

ଅଭିନେତା ବିଶ୍ବରୂପଙ୍କ ନୂଆ ଅବତାର। କିଛିଦିନ ତଳେ ସେ ସଂଗ୍ରାମୀ ଭୂମିକାରେ ସୁଟିଂସେଟ୍‌ରେ ଦେଖିବାକୁ ମିଳିଥିଲେ। ଐତିହାସିକ କାହାଣୀ ‘ଜୟୀ ରାଜଗୁରୁ’ରେ ସେ ନାୟକ ସାଜିଥିଲେ। ଚଳଚ୍ଚିତ୍ରଟିର ନିର୍ମାଣ ସରିଛି, ନିକଟ ଭବିଷ୍ୟତରେ ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି। ତେବେ ବିଶ୍ବରୂପଙ୍କୁ ପୁଣି ଏକ ବଡ଼ ସୁଯୋଗ ମିଳିଛି। ନୂଆ ଚଳଚ୍ଚିତ୍ର ‘ଏମ୍‌ଭି- ୭୯’ରେ ସେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ୍ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି। ଏହା ଓଡ଼ିଶାର ମାଲକାନଗିରି ଭିଲେଜ ନମ୍ବର ଏମ୍‌ଭି-୭୯ ନାମରେ ନାମିତ ହେଇଛି।

ଜଣେ ଗଞ୍ଜେଇ ମାଫିଆଙ୍କ ସହ ତାଙ୍କ ଭଉଣୀର ଛକାପଞ୍ଝା ଚାଲିଛି। ବାପା କୌରବ ପଟ୍ଟନାୟକ ଓ ପୁଅ ହେଉଛନ୍ତି ପାଣ୍ଡବ ପଟ୍ଟନାୟକ। ଏଥିରେ ନାୟକଙ୍କ ମୂଳମନ୍ତ୍ର ହେଉଛି ଶଙ୍କରାଚାର୍ଯ୍ୟଙ୍କ ରଚିତ ‘ଭବାନୀ ‌ଅଷ୍ଟକମ୍‌’ରେ ଥିବା ‘ପ୍ରଜେଶମ୍ ରମେଶମ୍ ମହେଶମ୍ସୁ, ରେଶମ୍, ଦୀନେଶମ୍, ନିଶୀ ‌ଭେଶ୍ବରମ୍, ନ ଜାନାମି ଚାନ୍ୟତ ସଦାହମ୍ ଶରଣ୍ୟେ ଗିତସ୍ତ୍ବମ୍ ଗତିସ୍ତ୍ବମ୍ ତ୍ବମ୍‌ଏକା ଭବାନୀ’। ବିଶ୍ବରୂପଙ୍କୁ ଏଥିରେ ଜଣେ ବାଂଲାଦେଶୀ ରିଫ୍ୟୁଜି ଭୂମିକାରେ ଦେଖିବାକୁ ମିଳିବ।

ଏଥିରେ କାହାଣୀ ପରିକଳ୍ପନା ସହ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ନିଜେ ନାୟକ ବିଶ୍ବରୂପ। ଯୁବ ପ୍ରଯୋଜକ ଏ.କେ ଦ୍ବିବେଦୀ ଏହାର ପ୍ରଯୋଜନା କରୁଥିବା ବେଳେ ୟୁନିଟ୍ ପକ୍ଷରୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ଖଳନାୟକ ଓ ନାୟିକାଙ୍କ ସନ୍ଧାନ ଚାଲିଛି। ସଙ୍ଗୀତ ସଜାଇବେ ଶାନ୍ତନୁ ନାୟକ। ବିଶ୍ବରୂପଙ୍କ ବ୍ୟତୀତ ଏଥିରେ ରାନୁ ପାଢ଼ୀ ଓ ଅମନଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର