ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ଧୋନିଙ୍କ ଥିଲା ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ରବିବାର ଅଭିନେତା ସୁଶାନ୍ତ ସିଂହ ରାଜପୁତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍‌କୁ ଏକ ଶକ୍ତ ଝଟକା ଲାଗିଛି। ସିନେ ତାରକାଙ୍କଠୁ ଆରମ୍ଭ କରି କ୍ରିକେଟର, ରାଜନେତା ଓ ଅନେକ ପ୍ରଶଂସକ ସୁଶାନ୍ତଙ୍କ ନିଧନକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ।

Sushant Singh Rajput mastered MS Dhoni's helicopter shot': Kiran ...
Hindustan Times

ସୁଶାନ୍ତଙ୍କ ଅଭିନୀତ ‘ଏମଏସ ଧୋନି-ଦି ଅନଟୋଲ୍‌ଡ ଷ୍ଟୋରୀ’ ଥିଲା ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର । ଏଥିରେ ସେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ୍‌ ଧୋନିଙ୍କ ଭୂମିକାରେ ନଜର ଆସିଥିଲେ। ଆଉ ଚଳଚ୍ଚିତ୍ରଟି ବି ସୁପର୍‌ ହିଟ୍‌ ହୋଇଥିଲା । ତେବେ ଗତ ରବିବାର ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ମହେନ୍ଦ୍ର ସିଂ ଧୋନିଙ୍କ କ’ଣ ପ୍ରତିକ୍ରିୟା ଥିଲା ଆସନ୍ତୁ ଜାଣିବା।

ଧୋନୀଙ୍କ ମ୍ୟାନେଜର୍‌ ଅରୁଣ ପାଣ୍ଡେ କହିଛନ୍ତି ଯେ, ‘ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇ ଧୋନି ବହୁତ ଦୁଃଖୀ ହୋଇଯାଇଥିଲେ। ମୁଁ ବିଶ୍ୱାସ ବି କରି ପାରୁ ନାହିଁ ସୁଶାନ୍ତ ସିଂହ ରାଜପୁତ ଆଉ ଏ ଦୁନିଆରେ ନାହାନ୍ତି। ଏହା ବହୁତ ଦୁଃଖଦ ଘଟଣା ।’

ସୁଶାନ୍ତ ବଲିଉଡର ଜଣେ ଲୋକପ୍ରିୟ ଅଭିନେତା ଥିଲେ। ସେ ଟିଭିରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମେ ‘କିସ ଦେଶ ମେଁ ହେ ମେରା ଦିଲ’ ଧାରାବାହିକରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କୁ ଏକତା କପୁରଙ୍କ ଧରାବାହିକ ‘ପବିତ୍ର ରିସ୍ତା’ରୁ ପରିଚୟ ମିଳିଥିଲା। ଏହା ପରେ ସେ ଫିଲ୍ମ ଜଗତରେ ପାଦ ଥାପିଥିଲେ।

sushant dhoni movie| 'Tum sawaal he poochhte rehte ho' – How MS ...
Times Now

୨୦୧୬ ମସିହାରେ ମହେନ୍ଦ୍ର ସିଂହଙ୍କ ଜୀବନ ଉପରେ ଆଧାରିତ ସିନେମା ‘ଏମ୍‌ଏସ୍‌ ଧୋନି ଦ ଅନ୍‌ଟୋଲଡ ଷ୍ଟୋରୀ’ ରିଲିଜ ହୋଇଥିଲେ। ଏହି ସିନେମାରେ ଧୋନିଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସୁଶାନ୍ତ ୯ମାସ ପର୍ଯ୍ୟନ୍ତ ପୂର୍ବତନ ଉଇକେଟକିପର କିରନ୍‌ ମୋରେଙ୍କ ସହିତ କ୍ରିକେଟର ଟ୍ରେନିଂ ନେଇଥିଲେ। ଏହି ସିନେମାଟିକୁ ଦର୍ଶକଙ୍କୁ ବହୁ ପସନ୍ଦ ଆସିବା ସହିତ ବକ୍ସ ଅଫିସରେ‌ ହିଟ୍‌ ବି ହୋଇଥିଲା।

ସମ୍ବନ୍ଧିତ ଖବର