ଏକ୍ ଭିଲେନ୍ ରିଟର୍ନର ସୁଟିଂ ବନ୍ଦ କଲା ମୁମ୍ବାଇ ପୁଲିସ୍

ଜନ୍ ଆବ୍ରାହମ୍ ଓ ଦିଶା ପଟାନିଙ୍କ ଅଭିନୀତ ‘ଏକ୍ ଭିଲେନ୍ ରିଟର୍ନ’ର ସୁଟିଂ ବନ୍ଦ କରିଛି ମୁମ୍ବାଇ ପୁଲିସ୍। କରୋନା ନିୟମକୁ ଉଲ୍ଲଙ୍ଘନ କରୁଥିବାରୁ ପୁଲିସ୍ ସୁଟିଂ ଉପରେ ରୋକ୍ ଲଗାଇଛି। ସୂଚନା ମୁତାବକ ଏକ ଭିଲେନ୍ ରିଟର୍ନ ଟିମ୍ ମୁମ୍ବାଇର ଵଲି ଗାଁରେ ଗତକାଲି ସୁଟିଂ କରୁଥିଲେ। କିଛି ସୁଟିଂ ଶେଷ ହୋଇଯାଇଥିବା ବେଳେ ଆଉ କିଛି ବାକି ରହିଥିଲା। ଠିକ୍ ସେହି ସମୟରେ ପୁଲିସ୍ ସୁଟିଂସ୍ଥାନରେ ପହଞ୍ଚି ନିୟମ ଅନୁପାଳନ ହେଉନଥିବା ଅଭିଯୋଗରେ ସୁଟିଂ ବନ୍ଦ କରିଥିଲା। ଏହି ଚଳଚ୍ଚିତ୍ରରେ ଅର୍ଜୁନ କପୁର୍ ଓ ତାରା ସୁତାରିଆ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହା ଆସନ୍ତା ବର୍ଷ ମୁକ୍ତିଲାଭ କରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର