ଟପ୍‌ ନାୟିକା ହୋଇ ବି ଏହି କାମ କରିଛନ୍ତି ନମ୍ରତା

ଭୁବନେଶ୍ୱର: ବଲିଉଡରେ ହିରୋଇନ୍‌ମାନେ ଆଇଟମ୍‌ ଗର୍ଲ ହେବାକୁ ମନା କରନ୍ତି ନାହିଁ କିିନ୍ତୁ ଓଲିଉଡ୍‌ରେ ତାହା ଘଟେ ନାହିଁ ବୋଲି କହିଲେ ଭୁଲ୍‌ ହେବ ନାହିଁ । ଆମର ଓଲିଉଡରେ ଯେଉଁଠି ଟପ୍‌ ହିରୋଇନ୍‌ ଏଯାଏଁ ଅନ୍ୟ କୌଣସି ସିନେମାରେ ଆଇଟମ୍‌ ନମ୍ବରରେ ନଜର ଆସି ନାହାନ୍ତି । କିନ୍ତୁ ଜଣେ ଟପ୍‌ ନାୟିକା ତାହା କରିଛନ୍ତି। ସେ ହେଲେ ଓଲିଉଡର ଆଗଧାଡିର ନାୟିକା ନମ୍ରତା ଥାପ୍ପା ।

 

ସେ ୨୦୦୪ର ବ୍ଲକବଷ୍ଟର ମୁଭି ‘ ଆଇ ଲଭ ୟୁ’ ଜରିଆରେ ଓଲିଉଡରେ ପ୍ରବେଶ କରି ଥିଲେ । ତା’ପରେ ନମ୍ରତାଙ୍କୁ ତୋ’ପାଇଁ, ରସିକ ନାଗର, ପ୍ରିୟା ମୋ ପ୍ରିୟା, ମୁଁ ତତେ ଲଭ କରୁଚି, ପ୍ରେମ ଋତୁ ଆସିଲାରେ, ମିତରେ ମିତ, ଓ୍ଵାନ୍‌ ଫୋର୍‌ ଥ୍ରି ଆଇ ଲଭ ୟୁ ଆଦି ସିନେମାରେ ଦର୍ଶକ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ ।

ଏହି ଟପ୍‌ ହିରୋଇନ୍‌ ବି ପ୍ରଥମେ ଆଇଟମ୍‌ ଗର୍ଲ ବନିଥିଲେ ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ ଅଭିମନ୍ୟୁ’ ରେ । ଏଥିରେ ନମ୍ରତାଙ୍କ ଉପରେ ପିକ୍ଚରାଇଜ୍‌ ହୋଇଥିବା ଆଇଟମ୍‌ ନମ୍ବର ଟି ହେଲା – ‘ ମଝି ଦରିଆରେ ଝଲମଲ…ରୋହି ସାଙ୍ଗେ ଇଲିସିର ବାହାଘର…’। ଏହା ବେଶ୍‌ ଲୋକପ୍ରିୟ ବି ହୋଇଥିଲା ।

 

ସମ୍ବନ୍ଧିତ ଖବର