‘ତୁ ମୋ ବୋହୂ ପଛରେ କାହିଁକି ପଡିଛୁ?’: ବିବ୍ରତ ହୋଇ ଏପରି ପ୍ରଶ୍ନ ପଚାରିଲେ ନିତୁ

ମୁମ୍ବାଇ: ଶାଶୁ-ବୋହୂ ଭିତରର ଭଲପାଇବା ଏକଦମ ନିତୁ କପୁର ଓ ଆଲିଆ ଭଟ୍ଟଙ୍କ ପରି ହେବା ଉଚିତ। ନିତୁ କପୁର ତାଙ୍କ ବୋହୂ ଆଲିଆଙ୍କୁ ଖୁବ୍ ଭଲପାଆନ୍ତି ବୋଲି ଅନେକ ଥର ସୋସିଆଲ୍‌ ମିଡିଆ ଜରିଆରେ ପ୍ରମାଣିତ ହୋଇସାରିଛି। ନିକଟରେ ନିତୁଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି, ଯେଉଁଥିରେ ସେ ଜଣେ ଫଟୋଗ୍ରାଫରଙ୍କୁ ‘ତୁ ମୋ ବୋହୂ ପଛରେ କାହିଁକି ପଡିଛୁ?’ ବୋଲି ପ୍ରଶ୍ନ କରୁଥିବା ନଜର ଆସିଛନ୍ତି।

ଡ୍ୟାନ୍ସ ଦିୱାନୀ ଜୁନିଅର୍‌ ସେଟ୍‌ରୁ ନିତୁ କପୁର ବାହାରୁଥିବାର ଦେଖିବା ପରେ ଫଟୋଗ୍ରାଫରମାନେ ତାଙ୍କ ଫଟୋ ଓ ଭିଡିଓ ନେବାକୁ ଘେରି ଯାଇଥିଲେ। ନିତୁ ବି ସେମାନଙ୍କୁ ବେଶ୍‌ ମଜାକିଆ ଅନ୍ଦାଜରେ ପୋଜ୍‌ ଦେଇଥିଲେ। ସେ ସେଥି‌ରେ ନିଜର ଅପ୍‌ମକିଂ ଚଳଚ୍ଚତ୍ର ‘ଯୁଗ୍‌ ଯୁଗ୍‌ ଜିଓ’ ଚଳଚ୍ଚିତ୍ରର ସଂଳାପ କହି ଚଳଚ୍ଚିତ୍ରଟିକୁ ପ୍ରମୋଟ କରୁଥିବାର ଦେଖିବାକୁ ମିଳିଥିଲେ।

 

‘ଯୁଗ୍‌ ଯୁଗ୍‌ ଜିଓ’ ଚଳଚ୍ଚିତ୍ରରେ ନିତୁଙ୍କ ବୋହୂ କିଆରା ହୋଇଥିବା ବେଳେ ଫଟୋଗ୍ରାଫର୍‌ ତାଙ୍କ ସଂପର୍କରେ ପଚାରିବାକୁ ଯାଉଥିବା ଏକ ପ୍ରଶ୍ନକୁ ଏଡ଼ାଇ ଦେଇ ନିତୁ କହିଥିବାର ନଜର ଆସିଛନ୍ତ, ‘ତୁ ମୋ ବୋହୂ ପଛରେ କାଇଁ ପଡ଼ିଛୁ?’ ନିତୁଙ୍କ ମୁହଁରୁ ଏପରି ଶୁଣି ଫଟୋଗ୍ରାଫର ଜଣକ ମତ ରଖିଛନ୍ତି କି ବୋହୂ ଭଲ ଲାଗନ୍ତି। ସେ ଆଲିଆ ଜୀ ହୁଅନ୍ତୁ କି କିଆରା ଜୀ।

ସମ୍ବନ୍ଧିତ ଖବର