ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ କମଜୋରି’

ଶ୍ରଦ୍ଧାସବୁରି ପ୍ରଡକ୍ସନ୍‌ ନିବେଦିତ ତଥା ସୁପ୍ରିମ୍ ଏଣ୍ଟରଟେନ୍‌ମେଣ୍ଟ୍‌ ସହ ପ୍ରଯୋଜନାରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ କମଜୋରି’ ଏକ ନିଆରା ପ୍ରେମ କାହାଣୀ। ଏଥିରେ ପ୍ରେମ, ଭାବପ୍ରବଣତା ଓ ରହସ୍ୟ ରହିଛି। ପ୍ରେମକୁ ପାଇବା ପାଇଁ ପ୍ରେମୀଯୋଡ଼ିଙ୍କ ହୃଦୟରେ ରହିଛି କମଜୋରି ବା ଦୁର୍ବଳତା। ନାୟକ ପାଇଁ ନାୟିକାର ନା ନାୟିକା ପାଇଁ ନାୟକର, କାହା ପାଇଁ କାହାର ରହିଛି କମଜୋରି; ତାହା ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ଜଣାପଡ଼ିବ।

ଏହି ମ୍ୟୁଜିକାଲ୍‌ ଲଭ୍‌ଷ୍ଟୋରିର ପ୍ରମୁଖ ଭୂମିକାରେ ରାକେଶ ଦେଓ, ଅନୁଭା ସୌର୍ଯ୍ୟା ଏବଂ ଲିପିକାଙ୍କୁ ଦେଖିବାକୁ ମିଳିବ। ଏଥିରେ ଅଭିନେତା ଦେବ୍‌ ଖଳ ଚରିତ୍ରରେ ଅବତୀର୍ଣ୍ଣ ହେଇଛନ୍ତି। ଅନ୍ୟାନ୍ୟ ଭୂମିକାରେ ଆଶିଷ, ସୋମୁ, ବର୍ଷା, ଜ୍ୟୋତି, ନଟିଆ, ଜୋଜୋ, ଗୀତିମୟ ନନ୍ଦ ଓ ବିଜୁ ବଡ଼ଜେନା ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଭାର୍ଗବୀ ତ୍ରିପାଠୀ, ଟିକି ପଟ୍ଟନାୟକ ଓ ଲିଙ୍ଗରାଜ ପାତ୍ର। ନିର୍ଦ୍ଦେଶନା ଦେଇଛନ୍ତି ସନ୍ତୋଷ ବିଶ୍ବାଳ। କାହାଣୀ ରଚନା କରିଛନ୍ତି ଆଶୁତୋଷ ତ୍ରିପାଠୀ, ସଂଳାପ ଲେଖିଛନ୍ତି ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ, ଡ. ନିର୍ମଳ ନାୟକ ଓ ସୁବ୍ରତ ସ୍ବାଇଁ। କଣ୍ଠଦାନ କରିଛନ୍ତି ହ୍ୟୁମାନ୍‌ ସାଗର, ଅନନ୍ୟା, ଦୀପ୍ତିରେଖା, ଆଶୁତୋଷ, ସବିଶେଷ ଓ ଦେବବ୍ରତ।

ସମ୍ବନ୍ଧିତ ଖବର