ରିଲିଜ୍‌ ହେଲା ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମ୍‌ର ଦୁର୍ଗାପୂଜା ଗୀତ ‘ଦୁଲୁକୁଛି ପୂଜା ବଜାର’

ଭୁବନେଶ୍ୱର: ଶାରଦୀୟ ପାର୍ବଣରେ ମାଆ ଦୁର୍ଗାଙ୍କ ଆଗମନରେ ଘରେ, ବାହାରେ, ଗାଆଁରେ, ସହରରେ ସବୁଆଡେ ଆନନ୍ଦ ଖେଳିବାକୁ ଲାଗିଲାଣି । ଏହି ଶୁଭ ଅବସରରେ ରେଡିଓ ଚକଲେଟ୍ ୧୦୪ ଏଫ୍‌ .ଏମ୍‌. ତାର ଅଗଣିତ ଶ୍ରୋତାମାନଙ୍କ ପାଇଁ ପ୍ରସ୍ତୁତ କରିଛି ଏକ ଦୁର୍ଗାପୂଜା ଗୀତ ‘ଦୁଲୁକୁଛି ପୂଜା ବଜାର’, ଯାହାକି ଗତକାଲି  ରିଲିଜ୍‌ ହୋଇଯାଇଛି ।

ଏହି ଗୀତଟିକୁ ଲେଖିଛନ୍ତି ଗୁରୁ ଶତପଥୀ ଏବଂ ସଙ୍ଗୀତରେ ସଜେଇଛନ୍ତି ସୌମିତ୍ରି ପଲାଇ। ଓଡ଼ିଶାର ନାଆଁକରା କଣ୍ଠଶିଳ୍ପୀ ସଂଗ୍ରାମ ମହାନ୍ତି ଓ ବର୍ଣ୍ଣାଳୀ ହୋତା ଗୀତଟିରେ କଣ୍ଠଦାନ କରିଛନ୍ତି । ଗୀତର ପ୍ରୋଗ୍ରାମିଂ ଜଗନ୍ନାଥ କରିଥିବା ବେଳେ ରେକଡିଂ ତଥା ମିକ୍ସିଂ କରିଛନ୍ତି ସାଉଣ୍ଡ ଇଞ୍ଜିନିୟର ସ୍ମୃତି ରଂଜନ । ଏହି ଦୁର୍ଗାପୂଜା ଗୀତର ଷ୍ଟୁଡିଓ ଭର୍ସନ୍‌ ଭିଡିଓରେ କ୍ୟାମେରା ଦାୟିତ୍ୱରେ ଅଛନ୍ତି ଅରୁଣ ମହାକୁଡ୍‌, ଗ୍ରାଫିକ୍ସ,ଏଡିଟିଂରେ ଅରୁଣ ଦାସ ଏବଂ ପୋଷ୍ଟର ଡିଜାଇନ୍‌ରେ ହାଡୁ କିଶୋର ଅଛନ୍ତି । ଗୀତଟିର ଭିଡିଓ ରେଡିଓ ଚକଲେଟ୍ ୟୁ ଟ୍ୟୁବ୍‌ ଚ୍ୟାନେଲ୍‌ରେ ଏବଂ ନନ୍ଦିଘୋଷ ୟୁ ଟ୍ୟୁବ୍‌ ଚ୍ୟାନେଲ୍‌ ରିଲିଜ୍‌ ହୋଇଛି ।

ସମ୍ବନ୍ଧିତ ଖବର