ଆଇଏଏସ ସ୍ତ୍ରୀ ମୋତେ ଏଟିଏମ ଭଳି ବ୍ୟବହାର କରି ବିକି ଡୋନର ସଜାଇ ଦେଇଛି: ନୀତିଶ ଭରଦ୍ୱାଜ

ନୂଆଦିଲ୍ଲୀ: ଟିଭି ସିରିୟଲ ‘ମହାଭାରତ’ରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ଜଣାଶୁଣା ଅଭିନେତା ନୀତିଶ ଭରଦ୍ୱାଜ ତାଙ୍କ ଘର କଳି ପଦାକୁ ଆଣିଛନ୍ତି। ନିକଟରେ ନୀତିଶ ଆଇଏଏସ ପତ୍ନୀ ସ୍ମିତା ଭରଦ୍ୱାଜଙ୍କ ବିରୋଧରେ ମାନସିକ ନିର୍ଯାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

ଦିନକୁ ଦିନ ସ୍ମିତାଙ୍କ ସହିତ ନୀତିଶଙ୍କ କଳହ ବୃଦ୍ଧି ପାଇବାରେ ଲାଗିଛି। ଏମିତି କି ଦୁହିଁଙ୍କ ମାମଲା କୋର୍ଟରେ ପହଞ୍ଚି ଛାଡ଼ପତ୍ର ଯାଏଁ କଥ‌ା ଯାଇ ସାରିଲାଣି।

ନୀତିଶ ତାଙ୍କ ସ୍ତ୍ରୀଙ୍କୁ ନେଇ ପୁଣି ଏକ ଅଭିଯୋଗ ଆଣି କହିଛନ୍ତି, ମୋ ଠାରୁ ଯେତେବେଳେ ଇଚ୍ଛା ସେତେବେଳେ ଟଙ୍କା ନେଲେ। ମାସକୁ ୩ଲକ୍ଷ ଟଙ୍କା ପାଉଥିଲେ ବି ମୁଁ ତାଙ୍କର ସମସ୍ତ ଖର୍ଚ୍ଚ ଉଠାଉଥିଲି। ମୋତେ ସେ ଏଟିଏମ ଭଳି ବ୍ୟବହାର କରୁଥିଲେ। ସନ୍ତାନ ପାଇଁ ମୁଁ ବିଳମ୍ବ କରୁଥିବା ବେଳେ ସେ ସନ୍ତାନ ଶୀଘ୍ର ପାଇଁ ଇଚ୍ଛା କରିଥିଲେ।

ସନ୍ତାନ ହୋଇଯିବା ପରେ ସେ ମୋତେ ବିକି ଡୋନର ସଜାଇ ଦେଇଛନ୍ତି। ସେ ମୋତେ ‌ଯେଭଳି ଭାବେ ମାନସିକ ନିର୍ଯାତନା ଦେଇଛନ୍ତି ବା ଦେଉଛନ୍ତି ନା ମୁଁ ଶାନ୍ତିରେ କିଛି ଖାଇପାରୁଛି, ନା ଶୋଇ ପାରୁଛି ନା କିଛି କାମରେ ମନ ଦେଇ ପାରୁଛି। ସେ ମୋ ଜୀବନ ସମ୍ପୂର୍ଣ୍ଣ ନଷ୍ଟ କରି ‌ଦେଇଛନ୍ତି। ଏମିତି କି ମୋ ଦୁଇପିଲାଙ୍କୁ ଭେଟ ବି କରାଇ ଦେଉନାହିଁ। ତାଙ୍କୁ ମୋ ବିରୋଧରେ ଯିବାକୁ ଜୋର କରୁଛନ୍ତି। ’

 

ସମ୍ବନ୍ଧିତ ଖବର