ବଲିଉଡରେ ଓଡ଼ିଆ ଝିଅଙ୍କ ବାଜିମାତ୍‌, କିଙ୍ଗ୍‌ଖାନଙ୍କ ଏହି ଚଳଚ୍ଚିତ୍ରରେ ନଜର ଆସବେ ସୁଶ୍ରୀ

ଭୁବନେଶ୍ୱର: ଓଡ଼ିଆ ଝିଅ ତଥା ମଡେଲ ସୁଶ୍ରୀ ଶ୍ରେୟା ମିଶ୍ର ଖୁବ ଶୀଘ୍ର ଶହାରୁଖ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଜିରୋ’ ଜରିଆରେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି। ସୁଶ୍ରୀ ଫିଲ୍ମ ‘ଜିରୋ’ରେ ଏକ ଛୋଟ ଭୂମିକାରେ ନଜର ଆସିବେ। କିନ୍ତୁ ତାଙ୍କର ଏହି ଭୂମିକା ଫିଲ୍ମ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ। ଖବର ଅନୁସାରେ ସୁଶ୍ରୀ ଫିଲ୍ମରେ ଅଭୟ ଦେଓଲଙ୍କ ପ୍ରେମିକା ଭୂମିକାରେ ନଜର ଆସିବେ। ଫିଲ୍ମରେ ଅଭୟ ଅତିଥି ଭୂମିକାରେ ନଜର ଆସିବେ ବୋଲି ଶୁଣିବାକୁ ମିଲିଛି। ରିପୋର୍ଟ ଅନୁସାରେ ସୁଶ୍ରୀ ଫିଲ୍ମ ପାଇଁ ନିଜର ସୁଟିଂ ମଧ୍ୟ ଶେଷ କରିଛନ୍ତି। ବଡ ଫିଲ୍ମରେ ନିଜର ରୋଲକୁ ନେଇ ଖୁବ ଉତ୍ସହିତ ଥିବା ସେ କହିଛନ୍ତି।

ଏହା ସହିତ ସେ କହିଛନ୍ତି ମୁକେଶ ଛାବଡାଙ୍କ କାଷ୍ଟିଂ କମ୍ପାନି କାରଣକୁ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇଛି। ସୁଶ୍ରୀ ଶାହରୁଖଙ୍କୁ ହାର୍ଡ ୱାକିଂ ବୋଲି କହିଛନ୍ତି। ଏହା ସହିତ ସେ କହିଛନ୍ତି ସଟ୍‌ ଦେବା ପୂର୍ବରୁ ସେ ନିଜର ସାଥି କଳାକରଙ୍କ ସହିତ ଅନେକ ଥର ଅଭ୍ୟାସ ମଧ୍ୟ କରିଥାନ୍ତି। ଆପଣଙ୍କୁ କହିରଖୁଛୁ ଯେ ଓଡିଶାର ଝିଅ ସୁଶ୍ରୀ ୨୦୧୫ରେ ମିସ ୟୁନାଇଟେଡ କଣ୍ଟିନେଣ୍ଟ ପ୍ରତିଯୋଗୀତାରେ ତୃତୀୟ ସ୍ଥାନରେ ରହିଥିଲେ। ଏହା ସହିତ ସେ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗୀତାରେ ମଧ୍ୟ ଭାଗ ନେଇଛନ୍ତି। ଫିଲ୍ମରେ ଶାହାରୁଖ ଜଣେ ବାମନ ଭୂମିକାରେ ନଜର ଆସିବେ। ଶାହରୁଖଙ୍କୁ ପ୍ରଥମ ଥର ପାଇଁ ଏହି ଭୂମିକାରେ ଦେଖିବାକୁ ମିଳିବ।  ଫିଲ୍ମରେ ଶାହରୁଖଙ୍କ ସହିତ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ ନଜର ଆସିବେ। ଫିଲ୍ମ ୨୧ ଡିସେମ୍ବର ୨୦୧୮ରେ ରିଲିଜ ହେବ।

ସମ୍ବନ୍ଧିତ ଖବର