ଉଇଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ନେଇ କମେଡି ଫିଲ୍ମ କରିବାକୁ ଯାଉଛି ପାକିସ୍ତାନ, ଏଭଳି ଘୋଷଣା ପରେ ହେଲା ଟ୍ରୋଲ

ମୁମ୍ବାଇ : ପୁଣି ଥରେ ନିଜର ଅସଲ ଚେହେରା ଦେଖାଇଛି ପାକିସ୍ତାନ । ବଲିଉଡ୍‌ ବୀର ପାଇଲଟ୍‌ ଅଭିନନ୍ଦନଙ୍କ ସାହସକୁ ଦେଖାଇବା ପାଇଁ ଫିଲ୍ମ ତିଆରି କରିବାକୁ ଯାଉଥିବା ବେଳେ ପାକିସ୍ତାନ ଅଭିନନ୍ଦନଙ୍କୁ ନେଇ କମେଡି ଫିଲ୍ମ ତିଆରି କରିବା ଖବର ଏବେ ନୂଆ ବିବାଦ ଆରମ୍ଭ କରିଛି । ପାକିସ୍ତାନୀ ସିନେମା ଶିଳ୍ପ ଏ ନେଇ ଟୁଇଟ୍‌ କରିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବାରେ ଲାଗି ପଡ଼ିଛନ୍ତି ।

ଏହି ଟୁଇଟରେ ଲେଖାଯାଇଛି ଖଲିଲ୍‌-ଉର୍‌-ରହମାନ ଏକ କମେଡ଼ି ଫିଲ୍ମ ତିଆରି କରିବାକୁ ଯାଉଛନ୍ତି, ଯାହାର ନାଁ ରହିଛି ଅଭିନନ୍ଦନ କମ୍‌ ଅନ୍‌ । ଏହି ଫିଲ୍ମରେ ଅଭିନନ୍ଦନଙ୍କ ଭୂମିକାରେ ଶମୁନ ଅବ୍ଦାସୀ ନଜର ଆସିବେ ବୋଲି ଲେଖାଯାଇଛି । ତେବେ ଏଭଳି ଟୁଇଟ୍‌ ସାମ୍ନାକୁ ଆସିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । କିଛି ରାଗ ଶାନ୍ତ କରିବା ପାଇଁ ଆଉ କିଛି ବାଟ ମିଳିଲା ନାହିଁ ବୋଲି ପଚାରିଥିବା ବେଳେ କିଛି ଲୋକ ଏହା ପାକିସ୍ତାନର ଅସଲ ଚେହେରା ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର