ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ କମିଟି ଗଠିତ

ଭୁବନେଶ୍ୱର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ରାଜ୍ୟ ସରକାର ପୁଣିଥରେ କମିଟି ଗଠନ କରିଛନ୍ତି। କମିଟିରେ ଉନ୍ନୟନ କମିସନର ଅଧ୍ୟକ୍ଷ ଓ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଆବାହକ ନିଯୁକ୍ତ ହୋଇଛନ୍ତି। ସେହିପରି କମିଟିରେ ଗୃହ, ଅର୍ଥ, ରାଜସ୍ୱ, ଆଇନ ବିଭାଗ ପ୍ରମୁଖ ସଚିବ ସଦସ୍ୟ ରହିବେ। ସ୍ଥାୟୀ ବେଞ୍ଚ ଦାବି ନେଇ କମିଟି ବିଭିନ୍ନ ଦିଗ ଉପରେ ତର୍ଜମା କରିବ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି। ଏହି ଦାବି ନେଇ ପଶ୍ଚିମ ଓଡ଼ିଶାର ବାର ଆସୋସିଏସନ୍‌ ଗୁଡ଼ିକ ତରଫରୁ ବିଗତ ଦିନରେ ଅନେକ ଥର ବଡ଼ ଧରଣର ଆନ୍ଦୋଳନ ହୋଇଛି। ଏପରିକି ପ୍ରତିମାସରେ ସମ୍ବଲପୁର କୋର୍ଟ ୩ ଦିନ ବନ୍ଦ ରହୁଛି।

କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ପକ୍ଷରୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ବୁଧବାର ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡ଼ା ଠାରେ ସିଏସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ପୂର୍ବରୁ  ସିଏସି ସମସ୍ତ କୋର୍ଟରେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଶୁଣାଣି(ଜରୁରୀ ବ୍ୟତୀତ) ବନ୍ଦ କରିଥିଲା।

 

ସମ୍ବନ୍ଧିତ ଖବର