ନକଲି ଘୋଡ଼ା ପାଇଁ କଙ୍ଗନା ଟ୍ରୋଲ ହେବା ପରେ ସମର୍ଥନରେ ବାହାରିଲେ ପରେଶ ରାଓ୍ଵଲ; କହିଲେ, ମୁର୍ଖମାନଙ୍କୁ ଲାଗୁଛି ସୁପରମ୍ୟାନ୍‌ ସତରେ ଉଡ଼େ

ମୁମ୍ବାଇ : ଜାନୁଆରି ୨୫,୨୦୧୯ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ମଣିକର୍ଣ୍ଣିକା’ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ । ଫିଲ୍ମରେ ସେ ନିର୍ଦ୍ଦେଶକ ହିସାବରେ ଡେବ୍ୟୁ କରିଥିବା ବେଳେ କିଛି କଳାକାର ତାଙ୍କ ନିର୍ଦ୍ଦେଶନାକୁ ପସନ୍ଦ କରିନଥିଲେ । ଯାହା ପାଇଁ ରିଲିଜ୍‌ ପରେ ପରେ ତାଙ୍କୁ ଅନେକ ବିବାଦର ସାମ୍ନା କରିବାକୁ ପଡ଼ିଥିଲା । ରିଲିଜ୍‌ର କିଛି ସପ୍ତାହ ପରେ କଙ୍ଗନାଙ୍କର ଷ୍ଟଣ୍ଟ୍‌ ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ ।

ଭିଡିଓରେ କଙ୍ଗନା ନକଲି ଘୋଡ଼ା ଉପରେ ବସି ଷ୍ଟଣ୍ଟ୍‌ କରୁଥିବାର ଦେଖା ଯାଇଥିଲା । ଯାହା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଥଟା କରିଥିଲେ। କଙ୍ଗନାଙ୍କୁ ଟ୍ରୋଲ କରାଯାଉଥିବା ଦେଖି ଏବେ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବଲିଉଡ୍‌ ଅଭିନେତା ପରେଶ ରାଓ୍ଵଲ ।

ଟ୍ରୋଲରମାନଙ୍କୁ ଜବାବ ଦେଇ ପରେଶ କହିଛନ୍ତି, ‘କଙ୍ଗନାଙ୍କ ନକଲି ଘୋଡ଼ା ବ୍ୟବହାରକୁ ନେଇ ଯେଉଁ ମୁର୍ଖମାନେ ଟ୍ରୋଲ କରୁଛନ୍ତି, ସେମାନେ ବୋଧେ ଭାବୁଛନ୍ତି ହଲିଉଡ୍‌ ଫିଲ୍ମ ସୁପରମ୍ୟାନ୍‌ ଏବଂ ବ୍ୟାଟ୍‌ମ୍ୟାନ୍‌ରେ ହିରୋ ସତରେ ଉଡ଼ିଥାଏ । କୌଣସି କ୍ୟାମେରା କୌଶଳ ବା ସିଜି ଇଫେକ୍ଟ ନ ଦିଆଯାଇ ସେମାନେ ଆପେ ଆପେ ଉଡ଼ନ୍ତି ବୋଲି ବୋଧେ ସେମାନେ ଭାବି ନେଇଛନ୍ତି ।’

ସମ୍ବନ୍ଧିତ ଖବର