ସାଇନା ନେହ୍‌ଓ୍ଵାଲ ବନିବା ପାଇଁ ଏବେ ଏହି କାମ କରିବେ ପରିଣୀତି ଚୋପ୍ରା

ମୁମ୍ବାଇ : ଏବେ ଲୋକପ୍ରିୟ ବ୍ୟାଡ୍‌ମିଣ୍ଟନ ଖେଳାଳୀ ସାଇନା ନେହଓ୍ଵାଲଙ୍କ ଜୀବନୀକୁ ନେଇ ଏକ ବଲିଉଡ୍‌ ଫିଲ୍ମ ତିଆରି ହେଉଥିବା ବେଳେ ତାଙ୍କ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ପରୀଣିତୀ ଚୋପ୍ରା । ପ୍ରଥମେ ଶ୍ରଦ୍ଧାଙ୍କୁ ଏହି ସୁଯୋଗ ମିଳିଥିବା ବେଳେ ସେ ଅଧାରୁ ଏହି ଫିଲ୍ମ କରିବାକୁ ମନା କରି ଦେଇଥିଲେ । ଯାହାପରେ ପରୀଙ୍କୁ ଏହି ସୁଯୋଗ ମିଳିଥିଲା । ସୁଯୋଗ ମିଳିବା ପରେ ସାଇନାଙ୍କ ଚରିତ୍ର ସହ ନିଜକୁ ମିଶାଇବା ପାଇଁ ସେ ସବୁ ପ୍ରକାରର ଚେଷ୍ଟା କରି ଚାଲିଛନ୍ତି ।

Parineeti Chopra
amarujala.com

ପ୍ରଥମେ ବ୍ୟାଡ୍‌ମିଣ୍ଟନ କୋର୍ଟରେ ଝାଳ ବୁହାଇବା ପରେ ଏବେ ସେ ହାଇଦ୍ରାବାଦ୍‌ ଯିବେ ବୋଲି ଜଣାପଡ଼ିଛି । ଏ ନେଇ ପରୀ କହିଛନ୍ତି କି, ‘ମୁଁ ସାଇନା ବନିବାକୁ ଚାହେଁ । ସେଥିପାଇଁ ମୁଁ ତାଙ୍କ ଘରକୁ ଯାଇ ସେ କିଭଳି ଜୀବନ ବିତାଉଛନ୍ତି, ତାହା ଦେଖିବାକୁ ଚାହେଁ । ଆମେ ଅନେକ ଥର ଭେଟିଛୁ, କିନ୍ତୁ ମୁଁ ତାଙ୍କ ଘରକୁ ଯିବାକୁ ଚାହୁଁଛି । ସେଠାରେ ତାଙ୍କ ଭଳି ଗୋଟେ ଦିନ ବିତାଇବା ସହ ତାଙ୍କ ଭଳି ଭୋଜନ କରିବାକୁ ଚାହୁଁଛି । ଯାହାକୁ ନେଇ ମୁଁ ଖୁବ୍‌ ଉତ୍ସାହିତ ।’

ସମ୍ବନ୍ଧିତ ଖବର