ସଲମାନ ଖାନଙ୍କ ପାଇଁ ଗାଇବାକୁ ଚାହାନ୍ତି ଇଣ୍ଡିଆନ ଆଇଡଲ-୧୨ର ବିଜେତା

ନୂଆଦିଲ୍ଲୀ: ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ସୋ’ ‘ଇଣ୍ଡିଆନ ଆଇଡଲ -୧୨’ର ବିଜେତା ଉତ୍ତରାଖଣ୍ଡର ପବନଦୀପ ରାଜନ ହୋଇଛନ୍ତି।

ନିଜ ସୁମଧୁର ସ୍ୱରର ଯାଦୁରେ ପବନଦୀପ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶେଷରେ ବିଜୟୀ ହୋଇଥିଲେ। ବିଜୟୀ ଟ୍ରଫି ସହିତ ତାଙ୍କୁ ପୁରସ୍କାର ବାବଦକୁ ୨୫ ଲକ୍ଷ ଟଙ୍କା ଓ ଏକ କାର୍‌ ମିଳିଥିଲା।

କେବଳ ଏତିକି ନୁହେଁ, ପବନଦୀପ ହିମେଶ ରଶମିୟାଙ୍କ ପାଇଁ ଗାଇଥିବା ବେଳେ କରନ ଜୋହରଙ୍କ ଧର୍ମା ପ୍ରଡକସନ ସହିତ କାମ ବି କରିବେ। ଏସବୁ ପରେ ପବନଦୀପ ରାଜନ ବଲିଉଡ ଅଭିନେତା ସଲମାନ ଖାନଙ୍କ ସହିତ କାମ କରିବାକୁ ଇଚ୍ଛା ରଖିଛନ୍ତି।

ଇଣ୍ଡିଆନ ଆଇଡଲ-୧୨ର ମୁକୁଟ ଜିତିବା ପରେ ପବନଦୀପ ସଲମାନ ଖାନ, ଏ ଆର ‌ରହମାନ ଓ ପ୍ରୀତମ ଦାଙ୍କ ସହିତ କାମ କରିବାକୁ ମନ ବଳାଇଛନ୍ତି। ଏମାନଙ୍କ ସହିତ କାମ କରିବାର ସୁଯୋଗ ପାଇଲେ ସ୍ବପ୍ନ ପୂରା ହୋଇଯିବ ବୋଲି ପବନଦୀପ କହିଛନ୍ତି।

 

ସମ୍ବନ୍ଧିତ ଖବର