ଆଡଭାନ୍ସ ବୁକିଂରେ ‘ବିକ୍ରମ ବେଦା’କୁ ପଛରେ ପକାଇଲା ଐଶ୍ବର୍ଯ୍ୟାଙ୍କ ‘ପିଏସ-୧’

ମୁମ୍ବାଇ: ଚର୍ଚ୍ଚାରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ବିକ୍ରମ ବେଦା’ ଓ ‘ପୋନ୍ନିୟିନ୍ ସେଲଭମ-୧ (ପିଏସ-୧ )’। ଦୁଇଟି ଫିଲ୍ମ ଆଗକୁ ରିଲିଜ୍ ହେବାକୁ ଥିବା ବେଳେ ଏବେ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ଦୁଇଟି ଫିଲ୍ମର ଟ୍ରେଲରକୁ ଦର୍ଶକ ପସନ୍ଦ କରୁଥିବା ବେଳେ ଆଡଭାନ୍ସ ବୁକିଂରେ ‘ବିକ୍ରମ ବେଦା’କୁ ‘ପିଏସ-୧’ ପଛରେ ପକାଇଥିବା ଜଣାପଡ଼ିଛି। ଦୁଇଟି ଯାକ ଫିଲ୍ମ ସେପ୍ଟେମ୍ବର ୩୦ରେ ରିଲିଜ୍ ହେବାକୁ ଥିବା ବେଳେ ଗତ ଶନିବାର ସନ୍ଧ୍ୟାରୁ ଦୁଇଟି ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି।

ଦେଶରେ କିଛି ବଡ଼ ବଡ଼ ସହରରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇନଥିବା ବେଳେ ଚେନ୍ନାଇରେ ଦୁଇଟି ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ଚେନ୍ନାଇରେ ଫିଲ୍ମ ‘ପିଏସ-୧’ର ସକାଳ ୪ଟାରେ ଥିବା ସୋ’ ହାଉସଫୁଲ ହୋଇଥିବା ଜଣାପଡ଼ିଛି। ‘ପିଏସ-୧’ ଆଡଭାନ୍ସ ବୁକିଂରୁ ମୋଟ ୩.୧୫କୋଟି ଆୟ କରିଥିବା ବେଳେ ‘ବିକ୍ରମ ବେଦା’ ଆଡଭାନ୍ସ ବୁକିଂରୁ ୪୫ଲକ୍ଷ ଟଙ୍କା ଆୟ କରିଛି। ଆଗକୁ ଅନ୍ୟ ସହରରେ ଆଡଭାନ୍ସ ବୁକିଂ ଆରମ୍ଭ ହେଲେ ଦୁଇଟି ଫିଲ୍ମର ଆଡଭାନ୍ସ ବୁକିଂ ବଢ଼ିବ ବୋଲି ଚର୍ଚ୍ଚା ହେଉଛି।

‘ପିଏସ-୧’ରେ ମୁଖ୍ୟ ଭୂମିକାରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ, ତ୍ରିଶା, ଚିଆନ ବିକ୍ରମ, ଜୟମ ରବି ଏବଂ କାର୍ତ୍ତି ନଜର ଆସିବେ। ସେହିଭଳି ‘ବିକ୍ରମ ବେଦା’ରେ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଓ ସୈଫ ଅଲୀ ଖାନ ନଜର ଆସିବେ।

ସମ୍ବନ୍ଧିତ ଖବର