‘କବୀର ସିଂହ’ର ସଫଳତା ପରେ ଏବେ ଆଉ ଏକ ତେଲୁଗୁ ରିମେକ୍‌ରେ ନଜର ଆସି ପାରନ୍ତି ଶାହିଦ୍‌ କପୁର

ମୁମ୍ବାଇ: ଜୁନ୍‌ ୨୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘କବୀର ସିଂହ’ ଏ ପର୍ଯ୍ୟନ୍ତ ବକ୍ସ ଅଫିସରେ ୧୫୦କୋଟିରୁ ଅଧିକ ଟଙ୍କା ଆୟ କରି ସାରିଲାଣି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ଶାହିଦ କପୁର ଏବଂ ଅଭିନେତ୍ରୀ କିଆରା ଆଡ୍‌ଭାଣୀ ନଜର ଆସୁଥିବା ବେଳେ ଏହି ଫିଲ୍ମ ଶାହିଦଙ୍କ ଜୀବନର ସବୁଠାରୁ ବଡ଼ ସଫଳତା ପାଲଟିଛି । ‘କବୀର ସିଂହ’ଙ୍କୁ ଦର୍ଶକଙ୍କ ଏତେ ଭଲ ପାଇବା ମିଳୁଥିବା ଦେଖି ଶାହିଦଙ୍କୁ ଆଉ ଏକ ତେଲୁଗୁ ଫିଲ୍ମର ରିମେକ ପାଇଁ ପ୍ରସ୍ତାବ ଦିଆଯାଇଥିବା ଜଣା ପଡ଼ିଛି । ‘କବୀର ସିଂହ’ ତେଲୁଗୁ ଫିଲ୍ମ ଅର୍ଜୁନ ରେଡ୍ଡୀର ରିମେକ୍‌ ହୋଇଥିବା ବେଳେ ଏବେ ତେଲୁଗୁ ଫିଲ୍ମ ‘ଜର୍ସି’ର ରିମେକ୍‌ରେ ଶାହିଦଙ୍କୁ ନେବା ପାଇଁ ନିର୍ମାତା ଚିନ୍ତା କରୁଥିବା ଜଣା ପଡ଼ିଛି ।

Cine Talkers

ସୂଚନା ମୁତାବକ, ଧର୍ମା ପ୍ରଡକ୍ସନ ତେଲୁଗୁ ହିଟ୍‌ ଫିଲ୍ମ ‘ଜର୍ସି’ର ରିମେକ ପାଇଁ ଚିନ୍ତା କରୁଛି । ତେବେ କବୀର ସିଂହର ସଫଳତା ଦେଖି ଧର୍ମା ପ୍ରଡକ୍ସନ ‘ଜର୍ସି’ରେ ଶାହିଦଙ୍କୁ ନେବା ପାଇଁ ଚିନ୍ତା କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଯଦି ଚର୍ଚ୍ଚା ସତ ହୁଏ, ତେବେ ଦର୍ଶାକେ ଶାହିଦଙ୍କୁ ଆଉ ଏକ ଚ୍ୟାଲେଞ୍ଜିଂ ଚରିତ୍ରରେ ଦେଖିବାକୁ ପାଇବେ ।

ସମ୍ବନ୍ଧିତ ଖବର