ପ୍ରିୟଦର୍ଶନଙ୍କ ହସ ପୁଟୁଳି ‘ହଙ୍ଗାମା-୨’

୨୦୦୦ ମସିହାରେ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ହାସ୍ୟରସ ଚଳଚ୍ଚିତ୍ର ‘ହେରା ଫେରି’ ବହୁ ଭାବରେ ଦର୍ଶକାଦୃତ ହେଇଥିଲା। ସବୁଠୁ ବଡ଼କଥା ଥିଲା ସେ ଖଳନାୟକ ଓ ନାୟକ ଭାବେ ପ୍ରଖ୍ୟାତି ଲାଭ କରିଥିବା କଳାକାରଙ୍କୁ ନେଇ ହାସ୍ୟ ଚରିତ୍ରରେ ଅବତୀର୍ଣ୍ଣ କରିଥିଲେ। ୨୦୦୩ରେ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ‘ହଙ୍ଗାମା’ ମଧ୍ୟ ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରିଥିଲା। ଏବେ ସେ ଏହାର ଦ୍ବିତୀୟ ଭାଗ ନିର୍ମାଣ କରିବାକୁ ଯାଉଛନ୍ତି।

ଏଥିରେ ଆକାଶ କପୁର ଭୂମିକାରେ ମିର୍ଜା ଜାଫରୀ, କୋଲୋନେଲ କପୁର ଭୂମିକାରେ ଆଶୁତୋଷ ରାଣା, ନନ୍ଦନ ଭୂମିକାରେ ଟିକୁ ତାଲସାନିଆ, ଅଞ୍ଜଳି ଭୂମିକାରେ ଶିଳ୍ପା ସେଟ୍ଟୀ, ରାଧେଶ୍ୟାମ ଭୂମିକାରେ ପରେଶ ରାୱଲ, ପୋପଟ ଜମାଲ ଭୂମିକାରେ ରାଜପାଲ ଯାଦବ ଏବଂ ଗଗନ ଚନ୍ଦ୍ର ଡିସୌଜା ଭୂମିକାରେ ଜନି ଲିଭର ଅଛନ୍ତି। ଏଥିରେ ଅକ୍ଷୟ ଖାନ୍ନା ମଧ୍ୟ ଅତିଥି କଳାକାର ଭାବେ ଦେଖିବାକୁ ମିଳିବେ। ରହସ୍ୟ ଓ ରୋମାଞ୍ଚକୁ ନେଇ ‘ହଙ୍ଗାମା-୨’ ଚଳଚ୍ଚିତ୍ରର କାହାଣୀ ପର୍ଯ୍ୟବସିତ। ଏଥିରେ ୟୁନୁସ ସାଜାୱାଲ୍ ଚିତ୍ରନାଟ୍ୟ ପ୍ରସ୍ତୁତ କରିଥିବା ବେଳେ ମନୀଷା କୋରଦେ ଓ ଅନୁକଳ୍ପ ଗୋସ୍ବାମୀ ସଂଳାପ ଲେଖିଛନ୍ତି। ସଙ୍ଗୀତ ସଜାଇଛନ୍ତି ଅନୁ ମଲ୍ଲିକ ଏବଂ ଚିତ୍ରୋତ୍ତୋଳନ କରିଛନ୍ତି ଏଖାମ୍‌ଭ୍ରାମ୍ ଏନ.କେ।

ସମ୍ବନ୍ଧିତ ଖବର