ପ୍ରିୟଙ୍କା ଓ ନିକ୍‌ଙ୍କ ବିବାହ ଫଟୋ ୨୫ଲକ୍ଷ ଡଲାରରେ ବିକ୍ରି ହେବ !

ମୁମ୍ବାଇ: ବଲିଉଡ୍‌ ଟର୍ଣ୍ଣଡ୍‌ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କଠାରୁ ଯଥେଷ୍ଟ ସାନ ଯୁବକ ନିକ୍‌ ଜୋନସ୍‌ଙ୍କୁ ବିବାହ କରିବେ ବୋଲି ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ପ୍ରିୟଙ୍କାଙ୍କ େଓ୍ଵଡିଂ ସାଓ୍ଵର ଓ ବେଚଲର ପାର୍ଟିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି। ଶୁଣିବାକୁ ମିଳୁଛି କି ଡିସେମ୍ବରରେ ଏହି ଲବ୍‌ବାର୍ଡ ଯୋଦ୍ଧପୁରରେ ବିବାହ କରିବାକୁ ଯାଉଛନ୍ତି।

ତେବେ ପ୍ରିୟଙ୍କା ଓ ନିକ୍‌ଙ୍କ ବିବାହକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଦୁହିଁଙ୍କ ବିବାହ ଫଟୋ ଏକ ଇଣ୍ଟରନ୍ୟାସନାଲ ମାଗାଜିନ୍‌ରେ ପବ୍ଲିସ୍‌ ହେବ ବୋଲି ଶୁଣିବାକୁ ମିଳୁଛି। କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ତେବେ ଏଥିପାଇଁ ମୋଟ ଅଙ୍କର ଅର୍ଥ ମଧ୍ୟ ଏହି ମାଗାଜିନ୍‌କୁ ଦେବାକୁ ପଡ଼ିବ ବେଲି କୁହାଯାଉଛି। ଅର୍ଥାତ୍‌ ପ୍ରିୟଙ୍କା ଓ ନିକ୍‌ଙ୍କ ବିବାହ ଫଟୋ ୨୫ଲକ୍ଷ ଡଲାରରେ ବିକ୍ରି ହେବ। ତେବେ ଏହି ଫଟୋ ପାଇଁ ନିଲାମ୍‌ ବି ଡକା ଯାଇଥିଲା। ପ୍ରିୟଙ୍କା ଓ ନିକ୍‌ଙ୍କ ପୂର୍ବରୁ ଅଭିନେତ୍ରୀ ସୋନମ୍‌ କପୁର ଓ ଆନନ୍ଦ ଆହୁଜାଙ୍କ ଫଟୋ ବି ଏକ ମାଗାଜିନ୍‌ରେ ପବ୍ଲିସ୍‌ ହୋଇସାରିଛି।

ସମ୍ବନ୍ଧିତ ଖବର