ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଲେ ଆରଏସଏସ ଶାଖା ଉପରେ ପ୍ରତିବନ୍ଧକ  ଲଗାଇବ କଂଗ୍ରେସ

ବାଙ୍ଗାଲୁରୁ : ପୁଣି ଥରେ କଂଗ୍ରେସ ନିଜର ଆରଏସଏସ ବିରୋଧୀ ମନୋଭାବକୁ ଉଜାଗର କରିଛି । ଗତ କାଲି କଂଗ୍ରେସ ପକ୍ଷରୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜାରି ଘୋଷଣାପତ୍ରରେ ଏ ସଂପର୍କରେ ଉଲ୍ଲେଖ ରହିଛି । ଦଳ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ କ୍ଷମତାକୁ ଆସିଲେ ଦଳ ଆରଏସଏସ ଶାଖା ଉପରେ ପ୍ରତିବନ୍ଧକ ଲଗାଇବ । ବିଶେଷକରି  ସରକାରୀ ଜମି, କାର୍ଯ୍ୟାଳୟ ପରିସରରେ ଶାଖା ଲଗାଇବା ଉପରେ ପ୍ରତିବନ୍ଧକ ଲଗାଯିବ । ସରକାରୀ କର୍ମଚାରୀମାନଙ୍କୁ  ମଧ୍ୟ ଆରଏସଏସରେ ଯୋଗଦେବାକୁ ବାରଣ କରାଯିବ ।

ଆସନ୍ତା ୨୮ ତାରିଖରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଏଥିପାଇଁ କଂଗ୍ରେସ ଗତକାଲି ନିଜର ଘୋଷଣାପତ୍ର ପ୍ରକାଶ କରିଥିଲା । ନିଜର ଏହି ଘୋଷଣାପତ୍ରରେ କୃଷି ଋଣଛାଡ, ଫସଲ ବୀମା, ସବୁ ବର୍ଗଙ୍କ ଉନ୍ନତି ଲାଗି ଦଳ ପ୍ରତିଶ୍ରୁତି ଦେଇଛି । ୧୧୨ ପୃଷ୍ଠା ବିଶିଷ୍ଟ ଏହି ଘୋଷଣାପତ୍ର ଜାରି କରି କଂଗ୍ରେସ ନେତା କମଳନାଥ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ କହିଛନ୍ତି ଯେ ଦଳ କ୍ଷମତାକୁ ଆସିଲେ ରାଜ୍ୟକୁ ଦୁର୍ନୀତି ଓ ଅପରାଧମୁକ୍ତ କରିବ ।

ସମ୍ବନ୍ଧିତ ଖବର