୫ବର୍ଷ ବୟସରୁ ନିଜ ଜନ୍ମ ଦିନରେ ଏହି ଖାସ୍‌ କାମ କରି ଆସୁଛନ୍ତି ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଆଜି ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କାଙ୍କ ଜନ୍ମଦିନ । ଆଜି ସେ ୩୬ ବର୍ଷରେ ପାଦ ରଖିଥିବା ବେଳେ ତାଙ୍କ ଜନ୍ମଦିନରେ ଅନେକ ବଡ଼ ବଡ଼ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ତେବେ, ସବୁଠାରୁ ଖାସ୍‌ କଥା ହେଲା ତାଙ୍କ ଜନ୍ମଦିନରେ ତାଙ୍କ ମା’ ତାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ୫ବର୍ଷ ବୟସରୁ ନିଜ ଜନ୍ମଦିନରେ ପ୍ରିୟଙ୍କା କରୁଥିବା ଖାସ୍‌ କାମ ବିଷୟରେ ସେ ସମସ୍ତଙ୍କୁ ଜଣାଇଛନ୍ତି । ଏକ ସାକ୍ଷାତକାରରେ ଯୋଗ ଦେଇ ସେ ଏହାର ଖୁଲାସା କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ପ୍ରିୟଙ୍କାଙ୍କୁ ୫ବର୍ଷ ହୋଇଥିବା ବେଳେ ସେ ନିଜ ଜନ୍ମଦିନରେ ଅନାଥ ଆଶ୍ରମ ଯିବା ଆରମ୍ଭ କରିଥିଲେ । ସେହି ଦିନଠାରୁ ପ୍ରିୟଙ୍କା ସବୁବେଳେ ନିଜ ଜନ୍ମଦିନରେ ଅନାଥ ପିଲାମାନଙ୍କ ସମୟ ବିତାଇବାକୁ ଲାଗିଥିଲେ । ଯାହା ଏବେ ପର୍ଯ୍ୟନ୍ତ ମଧ୍ୟ ସେ କରି ଆସୁଛନ୍ତି ବୋଲି ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା କହିଛନ୍ତି ।

Pinkvilla

ବଲିଉଡ୍‌ ସହ ହଲିଉଡ୍‌ରେ ରାଜ୍‌ କରୁଥିବା ପ୍ରିୟଙ୍କା ଏବେ ନିଜର ଆଗାମୀ ଫିଲ୍ମ ଭାରତକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି । ଏଥିରେ ତାଙ୍କ ବିପକ୍ଷରେ ସଲମାନ ଥିବା ବେଳେ ଏତେ ଦିନ ପରେ ସଲମାନଙ୍କ ସହ ସ୍କ୍ରିନ୍‌ ସେୟାର କରିବାକୁ ନେଇ ଖୁବ୍‌ ଖୁସି ଅଛନ୍ତି ପ୍ରିୟଙ୍କା

ସମ୍ବନ୍ଧିତ ଖବର