ପ୍ରିୟଙ୍କାଙ୍କ ଅତ୍ୟାଧୁନିକା ପୋଷାକ ପରିଧାନକୁ ପସନ୍ଦ କରୁ ନଥିଲେ ବାପା, ତା’ପରେ କ’ଣ କଲେ ଦେଶୀଗର୍ଲ?

ମୁମ୍ବାଇ: ବଲିଉଡ୍‌ର ବଛା ବଛା ଆଧୁନିକା ନାୟିକାଙ୍କ ଭିତରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅନ୍ୟତମ। ସେ ସବୁବେଳେ ତାଙ୍କର ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।

ନିକଟରେ ପ୍ରିୟଙ୍କା ଏକ ସାକ୍ଷାତ୍‌କାରରେ ତାଙ୍କ ପୋଷାକ ପରିଧାନକୁ ନେଇ ନିଜ ବାପାଙ୍କ ପ୍ରତିକ୍ରିୟା ବିଷୟରେ ପ୍ରକାଶ କରିଛନ୍ତି କି ପ୍ରଥମରୁ ତାଙ୍କର ଆଧୁନିକ ପୋଷାକ ପରିଧାନକୁ ତାଙ୍କ ବାପା ଡକ୍ଟର ଅଶୋକ ‌ଚୋପ୍ରା ପସନ୍ଦ କରୁ ନଥିଲେ।

କେବଳ ପ୍ରିୟଙ୍କା ନୁହଁନ୍ତି, ନିକଟରେ ଏକ ସାକ୍ଷାତ୍‌କାରରେ ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରା ମଧ୍ୟ ତାଙ୍କ ସ୍ବର୍ଗବାସୀ ସ୍ବାମୀଙ୍କ ପସନ୍ଦ ଓ ନାପସନ୍ଦର କଥା କହିଥିବାର ଶୁଣିବାକୁ ମିଳିଛି।

ସେ କହିଛନ୍ତି, ‘ପ୍ରିୟଙ୍କାକୁ ଯେତେବେଳେ ୧୬-୧୭ ବର୍ଷ ହୋଇଥିଲା ସେ ଆମେରିକାରୁ ଫେରିଥିଲା। ସେ ସମୟରେ ପ୍ରିୟଙ୍କା ପିନ୍ଧୁଥିବା ଅତ୍ୟାଧୁନିକ ପୋଷାକ ସବୁକୁ ତା’ ବାପା ପସନ୍ଦ କରୁ ନଥିଲେ। ସେତେବେଳେ ଆମେ ରାଏବରେଲିରେ ରହୁଥିଲୁ। ପ୍ରିୟଙ୍କା ଯାହା ସବୁ ପିନ୍ଧିବାକୁ ପସନ୍ଦ କରୁଥିଲା, ମୋ ସ୍ବାମୀଙ୍କୁ ତାହା ପସନ୍ଦ ଆସୁ ନଥିଲା। ଆପଣ ବିଶ୍ବାସ କରିବେ ନାହିଁ ଯେ ମୁଁ ଥରୁଟିଏ କହିବା ପରେ ପ୍ରିୟଙ୍କା ଭାରତୀୟ ପୋଷାକ ପିନ୍ଧିବା ଆରମ୍ଭ କରିଥିଲା। ସେ ଖୁବ୍‌ ବୁଦ୍ଧିମତୀ ଝିଅ। କେବେ ବି ଆମ ମନକୁ କଷ୍ଟ ଦିଏନାହିଁ।’

ସମ୍ବନ୍ଧିତ ଖବର