ଫିଲ୍ମ ‘ପୁଷ୍ପା’ ପରେ ବଢ଼ିଲା ଲୋକପ୍ରିୟତା, ରଜନୀକାନ୍ତଙ୍କୁ ପଛରେ ପକାଇଲେ ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ: ଫିଲ୍ମ ‘ପୁଷ୍ପା’ ପରେ ବଢ଼ିଲା ଲୋକପ୍ରିୟତା। ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ପଛରେ ପକାଇଲେ ଅଭିନେତା ଅଲ୍ଲୁ ଅର୍ଜୁନ। କିଛି ଦିନ ତଳେ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ରିଲିଜ ହୋଇଥିଲା। ଫିଲ୍ମ ରିଲିଜ ପରେ ଏହାର ଗୀତ ଓ ଡାଏଲଗ ଖୁବ ଲୋକପ୍ରିୟ ହୋଇଥିବା ବେଳେ ଏବେ ଅଲ୍ଲୁ ଅର୍ଜୁନଙ୍କୁ ବଡ଼ ଉପଲବ୍ଧି ମିଳିଛି। ସେ ଟ୍ବିଟରରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ପଛରେ ପକାଇଛନ୍ତି। ପୁଷ୍ପା ରିଲିଜ ପରେ ଅଲ୍ଲୁ ଅର୍ଜୁନଙ୍କ ଫଲଓର ସଂଖ୍ୟା ବଢ଼ିଛି। କେବଳ ରଜନୀକାନ୍ତ ନୁହନ୍ତି, ସେ ସୁପରଷ୍ଟାର ଚିରଞ୍ଜିବିଙ୍କୁ ମଧ୍ୟ ପଛରେ ପକାଇଛନ୍ତି।

ଟ୍ବିଟରରେ ଏବେ ଅଲ୍ଲୁ ଅର୍ଜୁନଙ୍କୁ ୬.୫ ମିଲିୟନ ଲୋକେ ଫଲୋ କରୁଥିବା ବେଳେ ସୁପରଷ୍ଟାର ରଜନୀକାନ୍ତଙ୍କୁ ୬.୧ ମିଲିୟନ ଓ ଚିରଞ୍ଜିବିଙ୍କୁ ୧.୨ ମିଲିୟନ ଲୋକେ ଫଲୋ କରୁଛନ୍ତି। ସବୁଠାରୁ ବଡ଼ କଥା ହେଲା ଅଲ୍ଲୁ ଟ୍ବିଟରରେ ସେତେଟା ସକ୍ରିୟ ନଥାଇ ମଧ୍ୟ ତାଙ୍କ ଫଲୋଓର ସଂଖ୍ୟା ବଢ଼ିଛି। ଏହା ସହ ଟ୍ବିଟରରେ ସେ କାହାକୁ ଫଲୋ କରୁନଥିବା ‌ମଧ୍ୟ ଦେଖାଯାଇଛି। କୌଣସି ପରିବାର ସଦସ୍ୟ ବା ବନ୍ଧୁ କି କୌଣସି କଳାକାରଙ୍କୁ ସେ ଫଲୋ କରୁନଥିବା ଦେଖିବାକୁ ମିଳିଛି। ଟ୍ବିଟରରେ ୬.୫ ଫଲୋଓର୍ସ ଥିବା ବେଳେ ଇନଷ୍ଟାରେ ଅଲ୍ଲୁ ଅଜୁର୍ନଙ୍କୁ ଫଲୋ କରୁଛନ୍ତି ୧୬.୨ ମିଲିୟନ ଲୋକେ।

ସମ୍ବନ୍ଧିତ ଖବର