ଆର୍‌ ମାଧବନ୍‌ ଛାଡ଼ିଲେ ‘ସିମ୍ବା’ , କାରଣ ଜାଣନ୍ତୁ!

ମୁମ୍ବାଇ: ସାଉଥ୍‌ର ନାମୀ ଷ୍ଟାର୍‌ ଆର୍‌.ମାଧବନ୍‌ ବଲିଉଡ଼୍‍ରେ ବି ବେଶ୍‌ କେତୋଟି ହିନ୍ଦୀ ସିନେମାରେ କାମ କରି ଚର୍ଚ୍ଚିତ ହୋଇଥିଲେ। ତାଙ୍କୁ ଦର୍ଶକ ପୁଣି ଏକ ବିଗ୍‌ ବଜେଟ୍‌ ଫିଲ୍ମରେ ଦେଖିବାକୁ ପାଇବେ ବୋଲି କୁହାଯାଉଥିଲା। ହଁ , ଆର୍‌. ମାଧବନ୍‌ ନିର୍ମାତା- ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଅପକମିଂ ମୁଭି ‘ସିମ୍ବା’ରେ ମେନ୍‌ ଭିଲେନ୍‌ ରୋଲ୍‌ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଯେଉଁମାନେ ଏହି ସିନେମାରେ ମାଧବନ୍‌ଙ୍କୁ ଦେଖିବାର ଆଶା ରଖିଥିଲେ,ସେମାନଙ୍କ ପାଇଁ ଖରାପ ଖବର। କାରଣ ଏହି ଫିଲ୍ମରେ ମାଧବନ୍‌ କାମ କରୁ ନାହାନ୍ତି।

ଏହାର କାରଣ ହେଲା ଯେ,ମାଧବନ୍‌ କିଛି ଦିନ ହେବ ଅସୁସ୍ଥ ଅଛନ୍ତି। ତାଙ୍କର ଏକ ସର୍ଜରି କରାଯାଇଥିବା ହେତୁ ସେ ‘ସିମ୍ବା’ରୁ ଓହରି ଯାଇଛନ୍ତି। ଏ ସଂପର୍କରେ ମାଧବନ୍‌ ନିଜେ ଟ୍ୟୁଟ୍‌ କରି ସୂଚନା ଦେଇଛନ୍ତି ଯେ ସେ ଓ ତାଙ୍କ ପୁଅ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କର ଜଣେ ବଡ଼ ପ୍ରଶଂସକ।‘ସିମ୍ବା’ରେ ସେ କାମ କରିଥା’ନ୍ତେ , ହେଲେ ନିଜର ସର୍ଜରି ପାଇଁ ତାହା ସମ୍ଭବ ହୋଇ ପାରିନାହିଁ।ଏହା ତାଙ୍କ ପାଇଁ ଏକ ବଡ଼ କ୍ଷତି ବୋଲି ମଧ୍ୟ କହିଛନ୍ତି ମାଧବନ୍‌।


ଏବେ ମାଧବନ୍‌ଙ୍କ ବିକଳ୍ପ ଭାବେ ଅଭିନେତା ସୋନୁ ସୁଦ୍‌ଙ୍କ ନାଆଁ ଚର୍ଚ୍ଚାକୁ ଆସିଛି। ତା’ ପୂର୍ବରୁ ନିର୍ଦ୍ଦେଶକ ରୋହିତ ସେଟ୍ଟି ଅଭିଷେକ ବଚ୍ଚନଙ୍କୁ ଏହି ଫିଲ୍ମ ପାଇଁ ଅଫର୍‌ ଦେଇଥିଲେ,ମାତ୍ର ସେ ମନା କରିିଥିଲେ। ‘ସିମ୍ବା’ର ମୂଳ ଭର୍ସନହେଉଛି ତେଲୁଗୁ ଫିଲ୍ମ ‘ଟେଂପର୍‌’ । ଏହି ଫିଲ୍ମରେ ପ୍ରକାଶ୍‌ ରାଜ୍‌ ଖଳନାୟକ ଭୂମିକା ନିଭାଇଥିଲେ।ଏବେ କିଏ ସେହି ଭୂମିକା ନିଭାଉଛନ୍ତି ତାହା ଦେଖିବାକୁ ବାକି ଅଛି।

ସମ୍ବନ୍ଧିତ ଖବର