ଶାହରୁଖ୍, ସଲମାନଙ୍କୁ ନେଇଛନ୍ତି, କିନ୍ତୁ ଏହି କାରଣରୁ ଅଜୟ ଦେବଗନଙ୍କୁ ନେଇ ଫିଲ୍ମ ତିଆରି କରିନାହାନ୍ତି ରାକେଶ ରୋଶନ

ମୁମ୍ବାଇ: ଆଜି ହେଉଛି ଲୋକପ୍ରିୟ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଜନ୍ମଦିନ। ଆସନ୍ତୁ ଆଜି ତାଙ୍କ ଜୀବନର ଏକ ବଡ଼ ଘଟଣା ବିଷୟରେ ଜାଣିବା।

ରାକେଶ ରୋଶନ ‘କିଙ୍ଗ୍‌ ଅଙ୍କଲ୍‌’ପରେ ଆହୁରି କେତେକ ସିନେମା ନିର୍ମାଣ କରିଛନ୍ତି। ଏହି ଫିଲ୍ମ ଗୁଡିକରେ ରହିଛି ‘କରଣ ଅର୍ଜୁନ୍‌’,‘କୋୟଲା’,‘କାରୋବାର୍‌’,‘କହୋ ନା ପ୍ୟାର୍‌ ହେ’,‘କୋଇ ମିଲ୍‌ ଗୟା’,‘କ୍ରିଶ୍‌’ ଓ ‘କ୍ରିସ୍‌-ଥ୍ରି’।ଏଥିମଧ୍ୟରୁ ‘କରଣ ଅର୍ଜୁନ୍‌’ରେ ସଲମାନ୍‌ ଖାନ୍‌ ଓ ଶାହରୁଖ ଖାନ୍‌,‘କୋୟଲା’ରେ ଶାହରୁଖ୍‌ ଖାନ୍‌,‘କାରୋବାର୍‌’ରେ ଋଷି କପୁର ଓ ଅନୀଲ କପୁର,ଅନ୍ୟ ଚାରିଟି ସିନେମାରେ ରାକେଶ ରୋଶନଙ୍କ ପୁତ୍ର ରିତିକ୍‌ ରୋଶନ୍‌ ନାୟକ ଭୂମିକାରେ ଅଭିନୟ କରିଛନ୍ତି।

ରାକେଶ ରୋଶନ୍‌ ତାଙ୍କ ଫିଲ୍ମରେ ବି ଅଜୟ ଦେବଗନ୍‌ଙ୍କୁ ନେଇ ନାହାଁନ୍ତି। ଏହାର କାରଣ ବି ବେଶ୍‌ ମଜାଦାର୍‌।ଏମିତି ବି ନୁହେଁ କି ଅଜୟ ଦେବଗନ୍‌ଙ୍କୁ ରାକେଶ ରୋଶନ୍‌ ଅଫର୍‌ ଦେଇ ନାହାଁନ୍ତି କି ସେ ଗ୍ରହଣ କରିନାହାନ୍ତି।

ତେବେ ପୁଣି କ’ଣ ହେଲା, ତାହା ଆପଣ ନିଶ୍ଚିତଭାବେ ଜାଣିବାକୁ ଚାହିଁବେ। ପ୍ରକୃତ କଥା ହେଲା ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ୍‌ ‘କରଣ ଅର୍ଜୁନ୍‌’ରେ ପ୍ରଥମେ ଶାହାରୁଖ୍‌ ଖାନ୍‌ଙ୍କ ସହିତ ଅଜୟ ଦେବଗନ୍‌ଙ୍କୁ ନେବାର ମନସ୍ଥ କରିଥିଲେ। ଏହି ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ସେ ଅଜୟଙ୍କୁ ଶୁଣାଇଥିଲେ। ଅଜୟ ରାଜି ମଧ୍ୟ ହୋଇଥିଲେ।

Image result for rakesh roshan & ajay devgan
photo-askmen india

ସେ ସମୟରେ ଅଜୟ ଦେବଗନ୍‌ଙ୍କ ହାତରେ ଢ଼େର ଫିଲ୍ମ।ତାଙ୍କର ଆଶଙ୍କା ହେଲା ଯେ କାଳେ ରାକେଶ ରୋଶନ୍‌ ଶାହାରୁଖ୍‌ ଖାନ୍‌ଙ୍କୁ ଅଧିକ ଗୁରୁତ୍ୱ ଦେବେ। ସେ ସମୟରେ ଉଭୟ  ଶାହରୁଖ୍‌ ଓ ଅଜୟଙ୍କ ଭିତରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା  ବି ଥାଏ। ଶାହାରୁଖ୍‌ ଆଗରୁ ରାକେଶ୍‌ ରୋଶନ୍‌ଙ୍କ ‘କିଙ୍ଗ୍‌ ଅଙ୍କଲ୍‌’ ସିନେମାରେ କାମ କରିଥିଲେ। ଏଣୁ ଅଜୟଙ୍କ ଆଶଙ୍କା ବି ସ୍ବାଭାବିକ।ଏହି କାରଣରୁ ଅଜୟ ଶେଷ ମୁହୂର୍ତ୍ତରେ ରାକେଶ ରୋଶନ୍‌ଙ୍କୁ ମନା କରିଥିଲେ ଓ ‘କରଣ-ଅର୍ଜୁନ୍‌’ରୁ ଓହରି ଯାଇଥିଲେ।ଏହାପରେ ରାକେଶ ରୋଶନ୍‌ ନିଷ୍ପତ୍ତି ନେଇଥିଲେ କି କେବେବି ଅଜୟ ଦେବଗନଙ୍କୁ ନେଇ ଫିଲ୍ମ ନିର୍ମାଣ କରିବେନି। ସେ ଅଜୟଙ୍କ ସ୍ଥାନରେ  ସଲମାନ୍‌ ଖାନ୍‌ଙ୍କୁ ନେଇ  ଫିଲ୍ମ କରିଥିଲେ।ରାକେଶ ରୋଶନଙ୍କ ‘କରଣ-ଅର୍ଜୁନ୍‌’ ବି ବ୍ଲକବଷ୍ଟର ମୁଭି ହେଲା।

 

ସମ୍ବନ୍ଧିତ ଖବର