ବିବାହ ବନ୍ଧନରେ ରାକ୍ଷୀ ସାଓ୍ଵନ୍ତ! ମୁମ୍ବାଇରେ ପ୍ରବାସୀ ଭାରତୀୟଙ୍କୁ ବିବାହ କଲେ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୋମବାର ମୁମ୍ବାଇର ଜେ ମାରିୟଟ ହୋଟେଲରେ ସେ ଜଣେ ପ୍ରବାସୀ ଭାରତୀୟଙ୍କୁ ବିବାହ କରିଥିବା ଜଣାପଡ଼ିଛି । ବିବାହକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବାରୁ ସେ ନିଜ ବିବାହକୁ ଆଡ଼ମ୍ବରରେ କରି ନଥିବା ନେଇ ସୂଚନା ମିଳିଛି । ବିବାହରେ ତାଙ୍କର ପରିବାର ଲୋକେ ଓ ୪-୫ଟି ଅତିଥି ଯୋଗ ଦେଇଥିବା ବେଳେ ମାରିୟଟ ହୋଟେଲର ଏକ ରୁମ୍‌ରେ ସେ ବିବାହ କରିଛନ୍ତି ।

spotboye.com

ସୂଚନା ମୁତାବକ, କିଛି ମାସ ତଳେ ସେ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟର ପ୍ରତିଯୋଗୀ ଦୀପକ କଲାଲାଙ୍କୁ ବିବାହ କରିବା ପାଇଁ ଘୋଷଣା କରିଥିଲେ । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା । କିନ୍ତୁ ପରେ ସେ ନିଜେ ଏହାକୁ ପବ୍ଲିସିଟି ଷ୍ଟଣ୍ଟ କହି ସବୁ ଚର୍ଚ୍ଚାର ଅବସାନ ଘଟାଇଥିଲେ । ଏବେ ପୁଣି ତାଙ୍କ ବିବାହର ଖବର ସାମ୍ନାକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସମ୍ବନ୍ଧିତ ଖବର