ଓସ୍କାର ମଞ୍ଚରେ ନୃତ୍ୟ କରିବା ପାଇଁ ୧୦୦ପ୍ରତିଶତ ପ୍ରସ୍ତୁତ ଥିଲି, ହେଲେ…: ରାମଚରଣ

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିଲା। ଏଥିସହିତ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍‌ଆର୍‌ଆର୍‌’ ଇତିହାସ ସୃଷ୍ଟି କରିଥିଲା। କୁହାଯାଉଥିଲା ଯେ, ଓସ୍କାର ମଞ୍ଚରେ ରାମଚରଣ ଓ ଜେଆର ଏନଟିଆର ଏହି ଗୀତରେ ନୃତ୍ୟ କରିବେ। ହେଲେ ତାହା ହୋଇନଥିଲା। ଦୁଇ କଳାକାର ନାଚିବାକୁ ମନା କରିଥିବା ନେଇ ପୂର୍ବରୁ ଖବର ମିଳିଥବା ବେଳେ ଏବେ ଏକ ସାକ୍ଷାତକାରରେ ପ୍ରକୃତ ଘଟଣା ବିଷୟରେ କହିଛନ୍ତି ରାମଚରଣ।

ସେ କହିଛନ୍ତି ଯେ, “ମୁଁ ଓସ୍କାର ମଞ୍ଚରେ ନୃତ୍ୟ କରିବା ପାଇଁ ୧୦୦ପ୍ରତିଶତ ପ୍ରସ୍ତୁତ ଥିଲି। ସୁଯୋଗ ମିଳିବ ବୋଲି ଆଶା ବି କରିଥିଲି। ହେଲେ ପରେ କ’ଣ ହେଲା ମୁଁ ପ୍ରକୃତରେ ଜାଣି ନାହିଁ। କିନ୍ତୁ ଏବେ ସେ ବିଷୟରେ ଆମେ ଆଲୋଚନା କରିବା ନାହିଁ। କାରଣ ମଞ୍ଚରେ ଯେଉଁ ନୃତ୍ୟଶିଳ୍ପୀମାନେ ନାଟୁ ନାଟୁରେ ନାଚିଥିଲେ ତାହା ଚମତ୍କାର ଥିଲା ଏବଂ ସେମାନେ ଆମ ଅପେକ୍ଷା ଭଲ ନାଚିଥିଲେ। ”

ପୂର୍ବରୁ ଖବର ମିଳିଥିଲା ଯେ, ଫିଲ୍ମରେ ନାଟୁ ନାଟୁ ଗୀତରେ ନାଚିବା ପାଇଁ ରାମ ଚରଣ ସକାଳ ଜଳଖିଆରେ ଓଟ୍‌ସ, ପ୍ରୋଟିନ୍‌ ସେକ୍‌, ଅଙ୍ଗୁର ଖାଉଥିଲେ। ଅମୃତଭଣ୍ଡା ବି ଖାଉଥିଲେ। ଦ୍ବିପ୍ରହ‌ରରେ ଟୋଷ୍ଟ୍‌, ପନିର୍‌, ଉପମା, ସାଲାଡ୍‌ ଖାଉଥିଲେ। ସଂଧ୍ୟାରେ ସେ ଭେଜିଟେବଲ୍‌ ସୁପ୍‌ ନହେଲେ ଦହି ଖଇବା ସହ ରାତିରେ ସେହି ସୁପ୍‌, ଟୋଷ୍ଟ୍‌, ପନିର୍‌ ଖାଉଥିଲେ।

ସମ୍ବନ୍ଧିତ ଖବର