ନିଜ ହାତରେ କେରଳ ପ୍ରପୀଡ଼ିତଙ୍କୁ ରୋଷେଇ କରି ଖାଇବାକୁ ଦେଉଛନ୍ତି ଏହି ବଲିଉଡ୍‌ କଳାକାର, ଜାଣି ପାରୁଛନ୍ତି କିଏ ଏହି  କଳାକାର?

ନୂଆଦିଲ୍ଲୀ : କେରଳର ହୋଇଥିବା ବନ୍ୟା ଏବେ ସାରା ଦେଶରେ ଚହଳ ପକାଇଛି । ଅନେକ ଧନଜୀବନ ନଷ୍ଟ ହୋଇଥିବା ବେଳେ ୪୦୦ରୁ ଊର୍ଦ୍ଧର୍୍ୱ ଲୋକ ପ୍ରାଣ ହରାଇଛନ୍ତିି । ଏବେ ସେଠାରେ ପରିସ୍ଥିତି ସୁଧୁରୁଥିବା ବେଳେ କେରଳକୁ ପୁଣି ଥରେ ପୂର୍ବ ପରି ଗଢ଼ି ତୋଳିବା ପାଇଁ ସାରା ଦେଶ ପ୍ରୟାସ ଆରମ୍ଭ କରିଛି। ଅନେକ କଳାକାର ସହାୟତା ରାଶି ପ୍ରଦାନ କରିଥିବା ବେଳେ ବିଭିନ୍ନ ରାଜ୍ୟ ତରଫରୁ ସହାୟତାର ହାତ ବଢ଼ା ଯାଇଛି ।  ଏ ମଧ୍ୟରେ ଜଣେ ବଲିଉଡ୍‌ କଳାକାର ଭିନ୍ନ ମାଧ୍ୟମରେ କେରଳବାସୀଙ୍କୁ ସାହାଯ୍ୟ କରୁଥିବାର ଦେଖା ଯାଇଛି । ବଲିଉଡ୍‌ କଳାକାର ରଣଦୀପ୍‌ ହୁଡ୍‌ଡ଼ା ଏବେ କେରଳ ପହଞ୍ଚିଥିବା ଜଣା ପଡ଼ିଛି ।

LatestLY

ତାଙ୍କର ଅନେକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ ଭୋକିଲା ଥିବା ଲୋକମାନଙ୍କୁ ଖାଦ୍ୟ ପରଶୁଛନ୍ତି । ଭାଇରାଲ ହୋଇଥିବା ଫଟୋରେ ରଣଦୀପ୍‌ ଖାଲ୍‌ସା ଏଡ଼୍‍ ଇଣ୍ଟରନ୍ୟାସନାଲ ସଂଗଠନର ଟି-ସାର୍ଟ ପିନ୍ଧିଥିବା ଦେଖାଯାଇଛି । ଏହି ସଂଗଠନ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରୁଥିବା ବେଳେ ରଣଦୀପ ଏହି ସଂଗଠନ ସହ ମିଶି ଲୋକମାନଙ୍କୁ ସାହାଯ୍ୟ କରୁଥିବାର ଦେଖା ଯାଇଛି ।

ସମ୍ବନ୍ଧିତ ଖବର