ରାନୁ ମଣ୍ଡଳଙ୍କ ସହ କାମ କରିବା ପାଇଁ ଚାହାନ୍ତି ବଲିଉଡର ଏହି ଅଭିନେତ୍ରୀ

ମୁମ୍ବାଇ: ସୋସିଆଲ୍‌ ମିଡିଆ ଜରିଆରେ ରାତାରାତି ଷ୍ଟାର ପାଲଟିଥିବା ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ଭିକ୍ଷାବୃତ୍ତି କରି ନିଜର ଜୀବିକା ନିର୍ବାହ କରୁଥିବା ରାନୁ ମଣ୍ଡଳଙ୍କୁ ନେଇ ପ୍ରତିଦିନ ନୂଆନୂଆ ଖବର ସାମ୍ନାକୁ ଆସୁଛି। ରାନୁଙ୍କ ଗୀତ ଗାଇବାର ଶୈଳୀ ଦେଖି ବଲିଉଡ୍‌ ସଂଗୀତକାର ହିମେଶ୍‌ ରେଶମିୟା ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ କି ସେ ନିଜର ଆଗାମୀ ଫିଲ୍ମ ‘ହାପି ହାର୍ଡି ଏଣ୍ଡ୍‌ ହୀର୍‌’ରେ ‘ତେରୀ ମେରି କାହାନି’ ଗୀତରେ ରାନୁଙ୍କୁ କଣ୍ଠଦାନ କରିବାର ସୁଯୋଗ ବି ଦେଇଥିଲେ।

ନିକଟରେ ରାନୁ ମଣ୍ଡଳକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ଚାହୁଁଛନ୍ତି କି ରାନୁ ତାଙ୍କ ପାଇଁ ବି ଗୀତ ଗାଆନ୍ତୁ। ରାନୁ ‘ଛପ୍ପନ ଛୁରୀ…’ ଗୀତର ରିମିକ୍ସ ଗାଆନ୍ତୁ ବୋଲି ରାକ୍ଷୀ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିସହିତ ରାନୁଙ୍କ ଟ୍ୟାଲେଣ୍ଟକୁ ରାକ୍ଷୀ ପ୍ରଶଂସା ବି କରିଛନ୍ତି। ରିପୋର୍ଟ ମୁତାବକ, ‘ବିଗ ବସ୍‌ ୧୩’ରେ ରାକ୍ଷୀ ସାଓ୍ଵନ୍ତ ନଜର ଆସିପାରନ୍ତି।

ହିମେଶ୍‌ ରେଶମିୟାଙ୍କ ସହିତ ରାନୁ ମଣ୍ଡଳ ତିନିଟି ଗୀତ ଗାଇଥିଲେ। ସେଗୁଡ଼ିକ ହେଉଛି, ‘ତେରି ମେରି କାହାନୀ’, ‘ଆଦତ’ ଓ ‘ଆଶିକି ମେ ତେରି’। ରାନୁଙ୍କ ଗୀତ ଗାଇବା ଶୈଳୀ ଦେଖି ଇତିମଧ୍ୟରେ ତାଙ୍କର ଅନେକ ଫ୍ୟାନ୍ସ ବି ହୋଇସାରିଛନ୍ତି।

ସମ୍ବନ୍ଧିତ ଖବର