ମନ କିଣିନେଲା ସାହେବଙ୍କ କାମ, ବାଃ ବାଃ ଉପଜିଲ୍ଲାପାଳ !

‘ନାମରେ କଣ ଥାଏ, କାମରେ ତ ସମସ୍ତେ ଜାଣନ୍ତି
ହୃଦୟ କିଣିନିଏ ସେହି ଲୋକ ଯିଏ ପ୍ରତିବନ୍ଧକକୁ ନିଜର କରନ୍ତି’

ଭୁବନେଶ୍ବର( ବୋୖଦ୍ଧାୟନ ଆଚାର୍ଯ୍ୟ ) :  ହୁଏତ କବିତାଟି ଏହି ଆଇଏଏସ ଅଫିସରଙ୍କ କାମକୁ ଯଥାର୍ଥତା ଦେବ | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଫିସରଙ୍କ କାହାଣୀ କହିବୁ ଯିଏ କି ନିଜ ନାମ ପାଇଁ ଯେତିକି ଚର୍ଚ୍ଚାରେ ନାହାନ୍ତି, ତାଙ୍କ କାମ ପାଇଁ ଏବେ ଲୋକଙ୍କ ହୃଦୟରେ ସାହେବ ହୋଇ ସାରିଛନ୍ତି |

ବ୍ରହ୍ମପୁରର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ତାଙ୍କ ନାମର ଶେଷରେ ସାହେବ ଶବ୍ଦ ଲାଗିଥିଲେ ବି ଆଜି କିଛି ଲୋକ ତାଙ୍କୁ ସାହେବ ଭାବିନଥିବେ ବରଂ ଭାବିଥିବେ ବିକାଶ ପୁରୁଷ | ଗଞ୍ଜାମ ପାତ୍ରପୁର ବ୍ଲକର ୫ଟି ଦୁର୍ଗମ ଅଞ୍ଚଳକୁ ଯାଇ ଗାଁ ଲୋକଙ୍କ ମନରେ ବିକାଶ ଓ ସମୃଦ୍ଧିର ନୂଆ ଆଶା ସଂଚାର କରିଛନ୍ତି |

ଅକାତ କାତ ପାଣି ଓ ବୋଟରେ ଲାଇଫ ଜ୍ୟାକେଟ ପିନ୍ଧି ଦୁର୍ଗମ ଅଞ୍ଚଳକୁ ବାହାରି ପଡିଛନ୍ତି ଉପଜିଲ୍ଲାପାଳ | କିଭଳି ରହିଛି ଲୋକଙ୍କ ସ୍ଥିତି, କଣ ସବୁ ସମସ୍ୟାର ସମ୍ମୁଖୀନ କରୁଛନ୍ତି ବୁଝିବାକୁ ଯାଇଥିଲେ ସିନ୍ଧେ ଦତ୍ତାତ୍ରେୟ | ୨୦୧୫ ବ୍ୟାଚର ଏହି ଆଇଏଏସ ଅଫିସର ଆଜି ୫ଟି ଗାଁ ଗଲଗଲ, ବନିଆବସା, ବେହେରାପୁଟ, ଶିରୀଷଗଣ୍ଡ ଓ ଏଲଗଲରେ ପହଂଚିଥିଲେ | ଘଂଚ ପାହାଡ ଓ ଜଳଭଣ୍ଡାର ପାର ହୋଇ ଉପଜିଲ୍ଲାପାଳ ଯାଇଥିବା ବେଳେ ଲୋକଙ୍କ ମନରେ ନୂଆ ଆଶା ସଂଚାର ହୋଇଥିଲା |

‘କେମିତି ଅଛୁ ଆମେ ,ସାହେବ ଆସିଛନ୍ତି, ପରଖିବେ ସ୍ଥିତି ଓ ସୁଧୁରିଯିବ ଆମ ଚିରାଚରିତ ଜୀବନ କାହାଣୀ’ , କିଛି ଏଭଳି ଭାବିଥିଲେ ଏହି ଗ୍ରାମବାସୀ | ଏହି ଗ୍ରାମଗୁଡିକରେ ବହୁ ସଂଖ୍ୟାରେ ଆଦିବାସୀ ଲୋକ ରହୁଥିବା ବେଳେ କିଭଳି ସେମାନଙ୍କୁ ରାଜ୍ୟ ସରକାରଙ୍କ ବିକାଶ ଗାଡ଼ିରେ ବସାଇ ହେବ ସେହି ପ୍ରଚେଷ୍ଟା ଏବେ ଜାରି ରହିଛନ୍ତି ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ |

ସମ୍ବନ୍ଧିତ ଖବର