ଖୁବ ଶୀଘ୍ର ପରଦାକୁ ଫେରୁଛନ୍ତି ରବିନା ଓ ଗୋବିନ୍ଦାଙ୍କ ଯୋଡ଼ି!

ମୁମ୍ବାଇ: ବଲିଉଡର ସୁପରହିଟ ଯୋଡ଼ିଙ୍କ ମଧ୍ୟରୁ ଅଭିନେତ୍ରୀ ରବିନା ଟଣ୍ଡନ ଓ ଅଭିନେତା ଗୋବିନ୍ଦାଙ୍କ ଯୋଡ଼ି ଅନ୍ୟତମ। ଏହି ଯୋଡ଼ି ବଡ଼ ପରଦାରେ ଦର୍ଶକଙ୍କ ଖୁବ ମନୋରଞ୍ଜନ କରିଛନ୍ତି। ଆଉ ଦର୍ଶକ ବି ରବିନା ଟଣ୍ଡନ ଓ ଗୋବିନ୍ଦାଙ୍କୁ ଏକାଠି ଦେଖିବାକୁ ଦାବି କରି ଥାଆନ୍ତି। ତେବେ ପୁଣିଥରେ ରବିନା ଟଣ୍ଡନ ଓ ଗୋବିନ୍ଦା ଏକାଠି ଧମାଲ କରିବାକୁ ଯାଉଥିବା ଶୁଣିବାକୁ ମିଳିଛି।

ଏଦୁହେଁ ଖୁବଶୀଘ୍ର ଏକ ପ୍ରୋଜେକ୍ଟରେ ନଜର ଆସିବେ। ତେବେ ଏହି ପ୍ରୋଜେକ୍ଟ ଟି କ’ଣ ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ି ନଥିଲା କିନ୍ତୁ ରବିନା ରବିବାର ଇନଷ୍ଟାଗ୍ରାମରେ ଗୋବିନ୍ଦାଙ୍କ ସହିତ କିଛି ଫଟୋ ସେୟାର କରିଛନ୍ତି। ଏଥିସହିତ କ୍ୟାପସନରେ ଲେଖିଛନ୍ତି, ‘‘ଦ ଗ୍ରାଣ୍ଡ ରିୟୁନିୟନ! ଏକାଠି ପୁଣିଥିରେ ପରଦାରେ ଧମାଲ କରିବା ପାଇଁ ଫେରୁଛୁ! କେବେ ? କେଉଁଠି? ଶୀଘ୍ର ଆସୁଛି। କିସି ଡିସ୍କୋ ମୋ ଜାଏଁ।’’

 

ଏହାପୂର୍ବରୁ ସୁପରହିଟ ଯୋଡ଼ିଙ୍କୁ ବଡ଼ ପରଦାରେ ‘ଦୁଲହେ ରାଜା’, ‘ରାଜାଜି’, ‘ବଡେ ମିୟାଁ ଛୋଟେ ମିୟାଁ’ ଭଳି ସିନେମାରେ ଦେଖିବାକୁ ମିଳିଛି। ଆଉ ଦର୍ଶକ ବି ଉଭୟଙ୍କ ଯୋଡ଼ିଙ୍କୁ ବେଶ ପ୍ରଶଂସା ବି କରିଛନ୍ତି।

 

ସମ୍ବନ୍ଧିତ ଖବର