ଏହି ବଲିଉଡ୍‌ ଅଭିନେତ୍ରୀଙ୍କ ନାଁରେ ରଖାଗଲା ଗଣ୍ଡାର ନାଁ,ଜାଣନ୍ତୁ କିଏ ସେହି ଅଭିନେତ୍ରୀ?

ମୁମ୍ବାଇ : ଏକ ନବଜନ୍ମିତ ଗଣ୍ଡାର ନାମ ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ନାମରେ ରଖାଯାଇଥିବା ଜଣା ପଡ଼ିଛି । ଏହି ଖବର ଆଉ କେହି ନୁହେଁ ବରଂ ନିଜେ ଅଭିନେତ୍ରୀ ନିଜର ଟ୍ଵିଟର ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ଜଣାଇବା ସହ ଏଥିପାଇଁ ଓଆଇ ପେଜେତାକୁ ଧନ୍ୟବାଦ୍‌ ଜଣାଇଛନ୍ତି । ତେବେ ସେ ଅଭିନେତ୍ରୀଜଣଙ୍କ ଆଉ କେହି ନୁହନ୍ତି ବରଂ ଦିୟା ମିର୍ଜା ବୋଲି ଜଣାପଡ଼ିଛି ।

ଦିୟା ଜାତିସଂଘ ପରିବେଶ ଗୁଡ଼୍‍ଓ୍ଵିଲ ରାଜ୍‌ଦୁତ୍‌(UN Environment Goodwill Ambassador) ଏବଂ ଓ୍ଵାଇଲଡ଼୍‍ ଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସାଡ଼ର ଥିବା ବେଳେ ନବଜନ୍ମିତ ଗଣ୍ଡାର ନାମ ତାଙ୍କ ନାମରେ ରଖାଯାଇଥିବାରୁ ସେ ବହୁତ ଖୁସି ଅଛନ୍ତି । ଟ୍ଵିଟରରେ ନିଜର ଖୁସି ଜାହିର କରିବା ସହ ଓଆଇ ସଂରକ୍ଷଣକୁ ଯାଇ ଦିୟା ସହ ଫଟୋ ଉଠାଇ ତାଙ୍କୁ ଟ୍ୟାଗ୍‌ କରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଥିବା ଦେଖିବାକୁ ମିଳିଛି । ଦିୟାଙ୍କ ଏହି ଟ୍ଵିଟ୍‌କୁ ସମସ୍ତେ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର