‘ରାଇଜିଙ୍ଗ ଷ୍ଟାର-୨’ର ବିଜେତା ହେଲେ ହେମନ୍ତ ବ୍ରିଜବାସୀ
ନୂଆଦିଲ୍ଲୀ : ଦେଶର ପ୍ରଥମ ଲାଇଭ ସୋ’ ଭାବେ ପରିଚିତ ରାଇଜିଙ୍ଗ ଷ୍ଟାରର ଦ୍ୱିତୀୟ ସଂସ୍କରଣର ବିଜେତା ଘୋଷଣା କରାଯାଇଛି। ସଂଗୀତଭିତ୍ତିକ ଏହି ରିଆଲି ସୋ’ରେ ବିଜେତା ସାଜିଛନ୍ତି ମଥୁରାର ହେମନ୍ତ ବ୍ରିଜବାସୀ । ଏହା ପୂର୍ବରୁ ମଧ୍ୟ ହେମନ୍ତ ପ୍ରାୟ ୯ ବର୍ଷ ପୂର୍ବେ ଜିଟିଭି ସୋ’ ସାରେଗାମାପା ଲିଟିଲ ଚାମ୍ପସ୍ର ବିଜେତା ହୋଇ ସାରିଛନ୍ତି । ତେବେ ଏହି ରିଆଲିଟି ସୋ’ରେ ଓଡ଼ିଆ ଗାୟକ ଶଶାଙ୍କ ଶେଖର ଭାଗ ନେଇଥିଲେ ମଧ୍ୟ ବିଜୟୀ ହେବାର ସ୍ୱାଦ ଚାଖି ପାରି ନଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ରବିବାର ଦିନ ରିଆଲିଟି ସୋ’ର ଫାଇନାଲରେ ସୋଚ କି ଦିଓ୍ଵାର ଉଠାଇ ବିଜେତା ହୋଇଛନ୍ତି ହେମନ୍ତ। ତାଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ହେମନ୍ତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପଞ୍ଜାବର ରୋହନପ୍ରୀତ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି କେରଳର ବଷ୍ଣୁମୟ ରମେଶ । ହେମନ୍ତ ପ୍ରଥମ ଥର ପାଇଁ କୌଣସି ରିଆଲିଟି ସୋ’ରେ ଭାଗ ନେଉ ନାହାନ୍ତି, ସେ ଏହା ପୂର୍ବରୁ ଇଣ୍ଡିଆର ଗଟ ଟ୍ୟାଲେଣ୍ଟ ଏବଂ ଜୋ ଜିତା ଓ୍ଵହି ସିକନ୍ଦର ଆଦି ରିଆଲିଟି ସୋ’ରେ ପ୍ରତିଯୋଗୀ ରହିସାରିଛନ୍ତି ।