ଡ୍ରଗ୍ସ ସି‌ଣ୍ଡିକେଟ୍‌ର ରିୟା ସକ୍ରିୟ ସଦସ୍ୟା

ଡ୍ରଗ୍ସ ସିଣ୍ଡିକେଟ୍‌ର ରିୟ‌ା ଜଣେ ସକ୍ରିୟ ସଦସ୍ୟା। ଡ୍ରଗ୍ସ କାରବାର ସହ ତାଙ୍କର ସିଧାସଳଖ ସଂପୃକ୍ତି ଥିଲା ଓ ସମ୍ଭ୍ର‌ାନ୍ତ ଶ୍ରେଣୀର ଲୋକମାନଙ୍କୁ ସେ ଡ୍ରଗ୍ସ ଯୋଗାଉଥିଲେ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡ଼ିତ ‘ବଲିଉଡ୍‌ରେ ଡ୍ରଗ୍ସ’ ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବା ରିୟା ଓ ତାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀଙ୍କ ଜାମିନ୍‌ ଆବେଦନ ଖାରଜ କରିବା ପାଇଁ ଗୁହାରି କରି ଏନ୍‌ସିବି ଆଜି ହାଇକୋର୍ଟରେ ଏପରି ସତ୍ୟପାଠ ଦାଖଲ କରିଛି।

ଏନ୍‌ସିବିର କ୍ଷେତ୍ରୀୟ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଏଥିରେ ଉଲ୍ଲେଖ କରିଛନ୍ତି ଯେ ରିୟା ଡ୍ରଗ୍‌ସ ଚାଲାଣ ପାଇଁ ଅର୍ଥ ଯୋଗାଉଥିଲେ ବୋଲି ଏନ୍‌ସିବି ପାଖରେ ଯଥେଷ୍ଟ ପ୍ରମାଣ ରହିଛି। ହ୍ବାଟ୍ସ୍‌ଆପ୍‌ ଚାଟ୍‌, ମୋବାଇଲ୍‌ରୁ ମିଳିଥିବା ବିଭିନ୍ନ ତଥ୍ୟ, ଲ୍ୟାପ୍‌ଟପ୍‌ ଓ ହାର୍ଡ ଡିସ୍କ ତଥା ଟଙ୍କା ଦେଣନେଣ ଆଦିକୁ ଭଲ ଭାବେ ଅନୁଧ୍ୟାନ କଲେ ସ୍ପଷ୍ଟ ହେଉଛି ଯେ ଡ୍ରଗ୍ସ କାରବାର ସହ ତାଙ୍କର ସିଧାସଳଖ ସଂପୃକ୍ତି ରହିଛି। ଅପରପକ୍ଷେ ସୁଶାନ୍ତ ଡ୍ରଗ୍ସ ସେବନ କରୁଛନ୍ତି ଜାଣି ମଧ୍ୟ ରିୟା ଏହାକୁ ପ୍ରଶୟ ଦେବା ସହ ଲୁଚାଇବାକୁ ଚେଷ୍ଟା କରିଛନ୍ତି। ଏଥିସହ ନିଜ ଘରେ ସୁଶାନ୍ତଙ୍କ ଡ୍ରଗ୍‌ସ୍‌ ରଖିବା ପାଇଁ ବି ରିୟା ତାଙ୍କୁ ଅନୁମତି ଦେଇଥିଲେ। ତେଣୁ ତାଙ୍କ ଜାମିନ୍‌ ଆବେଦନକୁ ଖାରଜ କରାଯାଉ ବୋଲି ଏନ୍‌ସିବି ସତ୍ୟପାଠ‌‌ରେ ଉଚ୍ଚ ନ୍ୟାୟାଳୟଙ୍କୁ ଆବେଦନ କରିଛି।

ସମ୍ବନ୍ଧିତ ଖବର