ଡ୍ରାଇଭର ପଜିଟିଭ୍‌ ହେଲେ କିନ୍ତୁ କେହି ସୂଚନା ଦେଲେନି କାହିଁକି: ତାରା

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକମାନଙ୍କର କୋଭିଡ୍‌ ଟେଷ୍ଟ ହେଲା। ଯେଉଁ ବିଧାୟକମାନଙ୍କର ନେଗେଟିଭ୍‌ ରିପୋର୍ଟ ଆସିଲା ସେମାନଙ୍କୁ ସୂଚନା ଦିଆଗଲା। କିନ୍ତୁ କେତେକ ବିଧାୟକମାନଙ୍କ ଡ୍ରାଇଭର ରିପୋର୍ଟ ପଜିଟିଭ୍‌ ଆସିଥିଲେ ବି ସମ୍ପୃକ୍ତ ବିଧାୟକମାନଙ୍କୁ ସୂଚନା ଦିଆଗଲାନି। ଆଜି ଅପରାହ୍ନରେ ଏ ନେଇ ଗୃହରେ ବୈଧାନିକ ପ୍ରଶ୍ନ ଉଠାଇ ବିଧାନସଭା ସଚିବାଳୟ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଏମ୍‌ସି ଅଧିକାରୀଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଥିଲେ, ଡ୍ରାଇଭରମାନେ କରୋନା ଆକ୍ରାନ୍ତ ହୋଇଛନ୍ତି ଅଥଚ ବିଧାୟକ ଜାଣିପାରିଲେନି। କରୋନା ଆକ୍ରାନ୍ତ ଡ୍ରାଇଭରଙ୍କ ସଂସ୍ପର୍ଶରେ ବିଧାୟକମାନେ ଆସିଲେ। କାଲି ଯଦି ଏହି କାରଣରୁ କୌଣସି ବିଧାୟକ କରୋନା ସଂକ୍ରମିତ ହୁଅନ୍ତି ସେଥିପାଇଁ କିଏ ଦାୟୀ ରହିବ। ନିଜ ଦାୟିତ୍ବରେ ଅବହେଳା କରିଥିବା ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେବାକୁ ଶ୍ରୀ ବାହିନୀପତି ଦାବି କରିଥିଲେ।

ସମ୍ବନ୍ଧିତ ଖବର