ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କଲେ ରୁପା ଗାଙ୍ଗୁଲୀ

କୋଲକାତା: ଲୋକପ୍ରିୟ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ରୁପା ଗାଙ୍ଗୁଲୀ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ଏକ ପୋ‌ଷ୍ଟ୍‌ କରି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି। ସୁଶାନ୍ତ ଏକ ସକାରାତ୍ମକ ବ୍ୟକ୍ତିତ୍ବର ପିଲା ବୋଲି କହି ତାଙ୍କ ମୃତ୍ୟୁକୁ ନେଇ ଠିକ୍‌ ଭାବେ ତଦନ୍ତ ହେବା ଜରୁରୀ ବୋଲି ରୁପା ପ୍ରକାଶ କରିଛନ୍ତି।

ଗୁୁରୁବାର ସିରିଜ୍‌ ଟ୍ବିଟ୍‌ କରି ରୁପା ତାଙ୍କର ଦାବି ଜଣାଇଛନ୍ତି। ସେ ତାଙ୍କ ଟ୍ବିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଟ୍ବିଟ୍‌ କରିଛନ୍ତି। ସୁଶାନ୍ତଙ୍କ ଚୁଡ଼ାନ୍ତ ଶରୀର ବ୍ୟବଚ୍ଛେଦ ରିପୋର୍ଟ ଆସିବାର ଗୋଟାଏ ଦିନ ପରେ ରୁପା ଏପରି ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ  ଶରୀର ବ୍ୟବଚ୍ଛେଦ ରିପୋର୍ଟ ସଂପର୍କିତ ତଥ୍ୟ ମୁମ୍ବାଇ ପୁଲିସ୍ ପ୍ରକାଶ କରିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା ଯେ ସୁଶାନ୍ତଙ୍କ ମୃତ୍ୟୁ ପୂରାପୂରି ଭାବେ ଆତ୍ମହତ୍ୟା‌। ତାଙ୍କ ସହ କୌଣସି ପ୍ରକାରର ବଳପ୍ରୟୋଗ ହୋଇଥିବାର ପ୍ରମାଣ ମିଳିନାହିଁ।

ପ୍ରଥମ ବ୍ୟବଚ୍ଛେଦ ରିପୋର୍ଟରେ ୩ ଜଣ ଡାକ୍ତରଙ୍କ ଦସ୍ତଖତ ଥିବା ବେଳେ ଅନ୍ତିମ ରିପୋର୍ଟରେ ୫ ଜଣ ଡାକ୍ତର ଦସ୍ତଖତ ରହିଛି। ସୁଶାନ୍ତଙ୍କୁ ହତ୍ୟା କରାଯାଇ ନାହିଁ, ଏହା ପୂରାପୂରି ଆତ୍ମହତ୍ୟା ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର