ଝିଅ ସାରାଙ୍କ ବୟଫ୍ରେଣ୍ଡଙ୍କୁ କ’ଣ ପଚାରିବେ ସୈଫ୍‌ ଅଲ୍ଲୀ ଖାନ୍‌

ମୁମ୍ବାଇ: କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍‌ ସୋ’ କଫି ଉଇଥ୍‌ କରଣ୍‌ର ଷଷ୍ଠ ସିଜିନ୍‌ରେ ଅନେକ ବଲିଉଡ ସେଲିବ୍ରିଟିମାନେ ନିଜର ମନ କଥା ଖୋଲି କରି କହିଛନ୍ତି। ଏହି କ୍ରମରେ ଏଥିରେ ସାମିଲ୍‌ ହୋଇଛନ୍ତି ଛୋଟେ ନବାବ୍‌ ସୈଫ୍‌ ଅଲ୍ଲୀ ଖାନ୍‌ ଓ ତାଙ୍କ ଝିଅ ସାରା ଅଲ୍ଲୀ ଖାନ୍‌।
ପ୍ରଥମ ଥର ପାଇଁ ସୈଫ୍‌ ତାଙ୍କ ଝିଅ ସାରାଙ୍କ ସହିତ କୌଣସି ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି।

ଏହି ସୋ’ରେ ସଞ୍ଚାଳକ କରଣ ଜୋହର ସୈଫ ଅଲ୍ଲୀ ଖାନଙ୍କୁ ପଚାରିଥିଲେ ଯେ ସାରାଙ୍କ ପିତା ହିସାବରେ ସୈଫ୍‌ ସାରାଙ୍କର ବୟଫ୍ରେଣ୍ଡ୍‌ଙ୍କୁ କେଉଁ ତିନିଟି ପ୍ରଶ୍ନ ପଚାରିବାକୁ ଚାହିଁବେ। ଏହି ପ୍ରଶ୍ନର ଉତ୍ତରରେ ୪୮ବର୍ଷୀୟ ସୈଫ୍‌ କହିଥିଲେ,‘ପଲଟିକାଲ୍‌ ଭ୍ୟୁଜ୍‌ ଓ ଡ୍ରଗସ’। ସେ ଆହୁରି ମଧ୍ୟ କହିଥିଲେ ଯେ ଆଗେ ପଇସା କଥା ପଚାରିବେ। ଯଦି ପ୍ରଚୁର ଅର୍ଥ ଅଛି ତ ମୋ’ ଝିଅକୁ ବାହା ହୋଇପାରେ।


ଏହାପରେ ସାରା ହସି ହସି କହିଛନ୍ତି ‘ଏକଥା ଶୁଣିବାକୁ ଭଲ ଲାଗେ ନାହିଁ’। ସୈଫ ଓ ସାରାଙ୍କୁ ଏକାଠି କୌଣସି ଫିଲ୍ମରେ ଏଯାଏଁ ଦେଖିବାକୁ ମିଳିନାହିଁ।

ସମ୍ବନ୍ଧିତ ଖବର