ଏହି କାରଣରୁ ଆଜି ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ସଲମାନ୍‌! ସାମ୍ନାକୁ ଆସିଲା ବଡ଼ କାରଣ

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ଏବେ ନିଜର ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସପ୍ତାହକ ମଧ୍ୟରେ ଫିଲ୍ମରେ ଥିବା ସଲମାନଙ୍କର ବିଭିନ୍ନ ଲୁକ୍‌ର ପୋଷ୍ଟର ରିଲିଜ୍‌ କରାଯାଇ ସାରିଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଫିଲ୍ମର ଚର୍ଚ୍ଚା ମଧ୍ୟରେ ସଲମାନଙ୍କୁ ନେଇ ପୂର୍ବରୁ ଅନେକ ଥର ହୋଇ ସାରିଥିବା ଚର୍ଚ୍ଚା ଏବେ ପୁଣି ମୁଣ୍ଡ ଟେକିଛି । ସଲମାନ କେବେ ବିବାହ କରିବେ, ସେ ନେଇ ଅନେକ ଥର ଆଲୋଚନା ହୋଇ ସାରିଥିବା ବେଳେ ବିଭିନ୍ନ କାରଣ ମଧ୍ୟ ସାମ୍ନାକୁ ଆସି ସାରିଛି ।

Hindustan Times

ଏବେ ପୁଣି ସଲମାନଙ୍କ ବିବାହ ନ କରିବାକୁ ନେଇ ଆଉ ଏକ କାରଣ ସାମ୍ନାକୁ ଆସିଛି । ସଲମାନ ନିଜ ପରିବାର ବ୍ୟତିତ ଆଉ କାହାକୁ ଅଧିକ ଗୁରୁତ୍ୱ ଦେଇ ପାରୁ ନଥିବାରୁ ବିବାହ କରୁ ନଥିବା ଜଣା ପଡ଼ିଛି । ସୂଚନା ମୁତାବକ, ବ୍ୟସ୍ତତା ଭିତରୁ ଟିକେ ସମୟ ମିଳିଲେ ସଲମାନ ନିଜ ପରିବାର ସତ ବିତାଇଥାନ୍ତି । କିନ୍ତୁ ବିବାହ ପରେ ନିଜ ପତ୍ନୀଙ୍କ ସହ ସେ ସମୟ ବାଣ୍ଟିବାକୁ ହେବ । ଖାସ୍‌ ଏହି କଥା ଭାବି ସଲମାନ ବିବାହ କରୁ ନାହାନ୍ତି । ଏତେ କମ ସମୟ ଭିତରେ ପରିବାର ଏବଂ ପତ୍ନୀକୁ ସମୟ ଦେବାରେ ସଲମାନ ବିଫଳ ହେବେ ବୋଲି ଭାବି ଆଜି ପର୍ଯ୍ୟନ୍ତ ବିବାହ କରୁ ନଥିବା ସାମ୍ନାକୁ ଆସିଛି । ତେବେ ଏ କଥାରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହୋଇନାହିଁ ।

ସମ୍ବନ୍ଧିତ ଖବର