ଏଣିକି ସଲମାନ୍ଙ୍କୁ ପ୍ରତି ଥର ବିଦେଶ ଯାତ୍ରା ପୂର୍ବରୁ ନେବାକୁ ପଡ଼ିବ ଅଦାଲତଙ୍କ ଅନୁମତି
କୃଷ୍ଣସାର ମୃଗ ଶିକାର ମାମଲା
ଯୋଧପୁର: କୃଷ୍ଣସାର ମୃଗ ଶିକାର ମାମଲାରେ ଶନିବାର ଯୋଧପୁର ଅଦାଲତ ସଲମାନ୍ ଖାନ୍ଙ୍କୁ ଝଟକା ଦେଇ ଏକ ଆଦେଶ ଜାରି କରିଛନ୍ତି। ଏଣିକି ସଲମାନ ଯେତେ ଥର ବି ବିଦେଶଗସ୍ତ କରିବେ ଅଦାଲତଙ୍କ ଅନୁମତି ନେଇଯିବେ। ତେବେ ସଲମାନ୍ ଖାନ୍ଙ୍କ ତରଫରୁ ଶୁକ୍ରାବାର ବିଦେଶଗସ୍ତରେ ଯିବା ପାଇଁ ଅନୁମତି ଦେବା ନେଇ କୋର୍ଟରେ ଏକ ଅାବେଦନ ଦାୟର କରାଯାଇଥିଲା। ଏହାକୁ ନେଇ କୋର୍ଟ ଶନିବାର ଶୁଣାଣି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ସଲମାନ୍ଙ୍କୁ ୫ ବର୍ଷ ଜେଲ୍ଦଣ୍ଡାଦେଶ କରିଥିଲେ। ପରେ ଯୋଧପୁର ଜିଲ୍ଲା କୋର୍ଟରେ ବିଚାରପତି ରବିନ୍ଦ୍ର କୁମାର ଯୋଶୀ ସଲମାନ୍ଙ୍କ ଜାମିନ ଆବେଦନର ଶୁଣାଣି କରି ଜାମିନ ମଞ୍ଜୁର କରିଥିଲେ। ଯୋଧପୁର କାଂକାଣି ଗ୍ର୍ରାମରେ ସଲମାନ୍ ଖାନ୍ ଅକ୍ଟୋବର ୧ ତାରିଖରେ ‘ହମ ସାଥ୍ ସାଥ୍ ହୈ’ର ସୁଟିଂ ସମୟରେ ୨ଟି କୃଷ୍ଣସାରା ମୃଗ ଶିକାର କରିଥିଲେ ବୋଲି ଅଭିଯୋଗ ରହିଛି । ଦୁଇଦିନ ଜେଲରେ ରହିବା ପରେ ସଲମାନ୍ଙ୍କୁ ଜାମିନ୍ ମିଳିଥିଲା। ସିନେମା ସୁଟିଂ ପାଇଁ ଅନେକଥର ବିଦେଶଗସ୍ତ କରିବାକୁ ପଡ଼ିଥାଏ। ଅଦାଲତଙ୍କ ଏଭଳି ଆଦେଶ ସଲମାନ୍ଙ୍କୁ ଅସୁବିଧାରେ ପକାଇ ପାରେ ବୋଲି କୁହାଯାଉଛି।