ଅଭିନେତାରୁ ଗୀତିକାର: ପ୍ରଥମ ଥର ପାଇଁ ଗୀତ ଲେଖି ଚର୍ଚ୍ଚାରେ ସଲମନ

ମୁମ୍ବାଇ: ଅପ୍‌କମିଂ ଚଳଚ୍ଚିତ୍ର ‘ରେସ୍‌-୩’ର ସୁଟିଂ କାର୍ଯ୍ୟରେ ଆବୁଧାବିରେ ବ୍ୟସ୍ତ ଅଛନ୍ତି ଦବଙ୍ଗ ବୟ ସଲମନ। ଚଳଚ୍ଚିତ୍ରରେ ସଲମନ ଖାନ୍‌ଙ୍କ ବ୍ୟତୀତ ମୁଖ୍ୟ ଭୂମିକାରେ ନଜର ଆସିବେ ଅନୀଲ କପୁର୍‌, ଜାକ୍‌ଲିନ୍‌ ପର୍ଣ୍ଣାଡିଜ୍‌, ବବି ଦେଓଲ୍‌, ସକିବ୍‌ ସଲିମ୍‌, ଜେଜି ସାହା ପ୍ରମୁଖ। ଚଳିତବର୍ଷ ଇଦ୍‌ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୫୨ ବର୍ଷ ଜୀବନ ଭିତରେ କେବେ ବି ଗୀତ ଲେଖିନଥିବା ସଲମନ ଏହି ଚଳଚ୍ଚିତ୍ର ପାଇଁ ଲେଖୁଛନ୍ତି ଏକ ରୋମାଣ୍ଟିକ୍‌ ଗୀତ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଯେତେବେଳେ ଚଳଚ୍ଚିତ୍ରର ପୂରା କ୍ରୟୁ ମେମ୍ବର୍‌ ଏକ ରୋମାଣ୍ଟିକ୍‌ ଗୀତର ଖୋଜ୍‌ରେ ଥିଲେ ସେତେବେଳ ଦବଙ୍ଗ ବୟ କହିଥିଲେ କି ସେ ଚଳଚ୍ଚିତ୍ରର ପରିସ୍ଥିତିକୁ ସୁହାଇଲା ପରି ଗୀତଟିଏ ଲେଖି ସାରିଛନ୍ତି।

ସଲମନ ଗୀତ ଲେଖିଛନ୍ତି ବୋଲି ଜାଣି ପୂରା କ୍ରିୟୁ ମେମ୍ବର ଖୁସି ହୋଇ ଯାଇଥିଲେ। ଶେଷରେ ସଲମନଙ୍କ ନାଁ ପୂର୍ବରୁ ଅଭିନେତା ସହ ଗୀତିକାର ଯୋଡ଼ି ହୋଇଗଲା। ଏହି ଗୀତଟିକୁ କୋରିଓଗ୍ରାଫି କରିବେ ରେମୋ ଡି ସୌଜା। ସଲମନ ଲେଖିଥିବା ଗୀତଟିକୁ ପ୍ରଯୋଜକ ଖୁବ୍‌ ପସନ୍ଦ କରିଛନ୍ତି। ସେ ମତ ରଖିଛନ୍ତି ଯେ ଚଳଚ୍ଚିତ୍ର ପାଇଁ ଏମିତି ଏକ ଗୀତର ହିଁ ଆବଶ୍ୟକତା ଥିଲା।

ସମ୍ବନ୍ଧିତ ଖବର