ମୁମ୍ବାଇ: ଆଜିକାଲି ଜାହ୍ନବୀ କପୁର ଖୁବ୍ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଡେବ୍ୟୁ ସିନେମା ‘ଧଡକ୍’ ଆସନ୍ତାକାଲି (୨୦ ତାରିଖରେ) ରିଲିଜ୍ ହେବାକୁ ଯାଉଛି।ତେଣେ ଏହି ସିନେମା ରିଲିଜ୍ ହେବା ଆଗରୁ ଏହାର ଏକ ଗୁୁରୁତ୍ୱପୂର୍ଣ୍ଣ ସିନ୍ ଇଣ୍ଟରନେଟରେ ଲିକ୍ ହୋଇଯାଇଛି। ଏହି ସିନ୍ଟି ହେଲା ଏପରି- ନାୟିକା ପାର୍ଥବୀ (ଜାହ୍ନବୀ କପୁର ) ନିଜ ବାପା ମାଆଙ୍କ କଥା ମନେ ପକାଇ ଖୁବ୍ କାନ୍ଦୁଛନ୍ତି। ତାଙ୍କୁ ପ୍ରେମିକ ମଧୁ (ଇଶାନ୍ ଖଟ୍ଟର) ଆଶ୍ୱାସନା ଦେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଦୃଶ୍ୟଟିକୁ ଜାହ୍ନବୀ କପୁରଙ୍କ ଫ୍ୟାନମାନେ ସେଆର୍ କରିଥିବା କୁହାଯାଉଛି। ତେବେ ଏହା ଏକ ପଲିସି ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ଏହି ଦୃଶ୍ୟରେ ଜାହ୍ନବୀଙ୍କ ଅଭିନୟ ମର୍ମସ୍ପର୍ଶୀ ହୋଇଛି। ଲୋକେ ଏହି ସିନ୍ ଦେଖି କାଳେ ଅଧିକସଠଖ୍ୟାରେ ହଲକୁ ଆସିବେ ମନେକରି ପ୍ରଯୋଜନା ସଂସ୍ଥା ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ ‘ଧଡକ୍’ ହେଉଛି ମରାଠୀ ସିନେମା ‘ସୈରାଟ୍’ର ରିମେକ୍। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଖୈତାନ୍।