ପୁଅ ଗିରଫ ହେବା ପରେ ୪ମାସ ହେଲା ସୋସିଆଲ ମିଡିଆ‌ରୁ ଦୂରରେ ଥିବା ଶାହାରୁଖ ଇନଷ୍ଟାରେ କଲେ ଏଭଳି ପୋଷ୍ଟ

ମୁମ୍ବାଇ: ମୁମ୍ବାଇ କ୍ରୁଜରେ ଚାଲିଥିବା ଡ୍ରଗ୍ ପାର୍ଟିରୁ ଗିରଫ ‌ହୋଇଥିଲେ ବଲିଉଡର କିଙ୍ଗ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ୍। ପୁଅର କାମ ପାଇଁ ବିବାଦୀୟ ହୋଇପଡ଼ିଥିବା ଶାହାରୁଖ ନିଜକୁ ଫିଲ୍ମ ଓ ସୋସିଆଲ ମିଡିଆରୁ ଦୂରେଇ ରଖିବା ସହ ତାଙ୍କ ହାତରୁ ଅନେକ ବିଜ୍ଞାପନ ଚାଲିଯାଇଥିଲା। ହେଲେ ଏବେ ଦୀର୍ଘ ୪ମାସ ପରେ ଶାହାରୁଖ ଖାନ ପୁଣି ଥରେ ସୋସିଆଲ ମିଡିଆ‌ରେ ସକ୍ରିୟ ହୋଇଛନ୍ତି। ୪ମାସ ପରେ ସେ ଇନଷ୍ଟାରେ ଏକ ଭିଡିଓ ପୋଷ୍ଟ କରିଥିବା ଦେଖାଯାଇଛି।

ସେ ନିଜର ଶେଷ ପେ‌ାଷ୍ଟ ସେପ୍ଟେମ୍ବର ୧୯, ୨୦୨୧ରେ କରିଥିଲେ। ସେ ପୋଷ୍ଟରେ ନିଜ ପ୍ରଶଂସକଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଥିଲେ। ତେବେ ଆଜି ପୋଷ୍ଟ କରିଥିବା ଭିଡିଓରେ ସେ ଏଲଜି କମ୍ପାନିର ଏକ ବିଜ୍ଞାପନରେ ନଜର ଆସିଛନ୍ତି।

 

View this post on Instagram

 

A post shared by Shah Rukh Khan (@iamsrk)

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଉପକୂଳ‌ରେ ଥିବା ଏକ କ୍ରୁଜ୍ ଉପରେ ଚଢ଼ାଉ କରିଥିଲା। ଡ୍ରଗ୍ ପାର୍ଟି ଚାଲିଥିବା ଜାଣି ଏନସିବି ଆରୟନଙ୍କୁ ଅଟକ ରଖିଥିଲା। ଏହା ପରେ ସେ ୫ ଦିନ ଏନସିବି ହେପାଜତରେ ରହିବା ପରେ ତାଙ୍କୁ ଅକ୍ଟୋବର ୭ରେ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା। ୨ଥର ଜାମିନ ଆବେଦନ ଖାରଜ ହେବା ପରେ ବମ୍ବେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ। ଏବେ ଆରୟନଙ୍କୁ କିଛି ସର୍ତ୍ତ ସହ ଜାମିନ ମିଳିଥିବା ବେଳେ ପ୍ରତି ଶୁକ୍ରବାର ତାଙ୍କୁ ଏନସିବି ଅଫିସ ଯିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର