ନିର୍ଯାତନା ଦେଉଥିବା ଶାଲିନଙ୍କଠାରୁ ଅଲଗା‌ ହୋଇ ଏବେ ନୂଆ ଜୀବନସାଥୀ ପାଇଲେ ଦଲଜିତ, ମାର୍ଚ୍ଚରେ କରିବେ ବିବାହ

ମୁମ୍ବାଇ: ନିର୍ଯାତନା ଦେଉଥିବା ଶାଲିନଙ୍କଠାରୁ ଅଲଗା‌ ହୋଇ ଏବେ ନୂଆ ଜୀବନସାଥୀ ପାଇଲେ ଦଲଜିତ କୌର। ମାର୍ଚ୍ଚରେ ହେବ ବିବାହ। ବିଗ୍ ବସ୍ ୧୬ ପ୍ରତିଯୋଗୀ ତଥା ଅଭିନେତା ଶାଲିନ୍ ଭାନୋଟଙ୍କ ପୂର୍ବ ପତ୍ନୀ ଦଲଜିତ କୌରଙ୍କୁ ପୁଣି ଥରେ ଭଲପାଇବା ମିଳିଛି। ଶାଲିନଙ୍କଠାରୁ ଅଲଗା ହେବା ପରଠାରୁ ଏକାକୀ ଜୀବନ ବଞ୍ଚୁଥିଲେ ଦଲଜିତ। ହେଲେ ଏବେ ତାଙ୍କ ହାତ ଧରିବାକୁ ଆଗକୁ ଆସିଛନ୍ତି ଫାଇନାନ୍ସ କମ୍ପାନିରେ କାମ କରୁଥିବା ବ୍ରିଟେନର ନିଖିଲ ପଟେଲ। ଜାନୁଆରି ୩ରେ ନେପାଳରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ବେଳେ ମାର୍ଚ୍ଚରେ ଦୁହେଁ ବିବାହ କରିବେ ବୋଲି ଜଣାପଡ଼ିଛି। ଦଲଜିତଙ୍କ ଗୋଟିଏ ପୁଅ ଥିବା ବେଳେ ନିଖିଲ ଦୁଇଟି ଝିଅର ବାପା। ତେବେ ନିଖିଲ ଲଣ୍ଡନରେ ରହୁଥିବାରୁ ଦଲଜିତ୍ ଭାରତ ଛାଡ଼ି ଲଣ୍ଡନ ଯିବେ ବୋଲି କହିଛନ୍ତି।

Shalin Bhanot's Ex-wife Dalljiet Kaur Finds Love Again, To Wed In March
glamsham

ତାଙ୍କ ବିବାହ ବିଷୟରେ ସବିଶେଷ ତଥ୍ୟ ଦେଇ ଦଲଜିତ ଇ-ଟାଇମ୍ସକୁ କହିଛନ୍ତି, “ବିବାହ ମାର୍ଚ୍ଚରେ ହେବ। ବିବାହ ପରେ ମୁଁ କିଛି ବର୍ଷ ପାଇଁ ନାଇରୋବି (ଆଫ୍ରିକା) ଯିବି, କାରଣ ନିଖିଲଙ୍କୁ ବର୍ତ୍ତମାନ ନିଜ କାମ ପାଇଁ ସେଠାରେ ରହିବାକୁ ହେବ। ଏହା ପରେ ଆମେ ଲଣ୍ଡନକୁ ଫେରିବୁ। ମୁଁ ଲଣ୍ଡନରେ ରହିଲେ ବି ପୁଅକୁ ନେଇ ଭାରତ ଯିବା ଆସିବା କରିବି। ବାପା ହିସାବରେ ଶାଲିନଙ୍କୁ ତାଙ୍କ ପୁଅ ସହ ସମୟ ବିତାଇବାର ଅଧିକାର ଅଛି। ସେଥିପାଇଁ ମୁଁ ଭାରତ ଆସିବି।

କୁହାଯାଉଛି ‌ଯେ, ଦଲଜିତ ନିଜ ବନ୍ଧୁଙ୍କ ପାର୍ଟିରେ ନିଖିଲଙ୍କୁ ଭେଟିଥିଲେ। ଏହା ପରେ ସମୟ ସହ ଦୁହିଁଙ୍କ ମଧ୍ୟ‌ରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

Who is Nikhil Patel? Shalin Bhanot's ex-wife Dalljiet Kaur to marry THIS UK-based Businessman
truescoopnews
ସମ୍ବନ୍ଧିତ ଖବର