ଜୟା ବଚ୍ଚନଙ୍କୁ ଟାଗେର୍ଟ କଲେ ଶେଖର ସୁମନ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ ବଲିଉଡରେ ଆରମ୍ଭ ହୋଇଥିବା ନେପୋଟିଜମ୍ ବିବାଦ ଏବେ ଡ୍ରଗସ ଯାଏଁ ପହଞ୍ଚି ସାରିଛି। ସୁଶାନ୍ତଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କନେକ୍ସନ୍ ଉପରୁ ପରଦା ହଟିବା ପରେ ବଲିଉଡରେ ଡ୍ରଗ୍ସର ବ୍ୟବହାର ଉପରେ ବିବାଦ ତେଜିଛି। ବଲିଉଡର ଡ୍ରଗ୍ସ କନେକ୍ସନକୁ ନେଇ ପ୍ରଥମେ ରବି କିଶନ ଏବଂ ତା’ପରେ ଜୟା ବଚ୍ଚନଙ୍କ ବୟାନ ପରେ ବିବାଦ ଦେଖା ଦେଇଛି। ଏହି କ୍ରମରେ ଅଭିନେତା ଶେଖର ସୁମନ ଏବେ ଜୟା ବଚ୍ଚନଙ୍କୁ ଟାର୍ଗେଟ୍ କରିଛନ୍ତି।

ଶେଖର ସୁମନ କହିଛନ୍ତି ଯେ ଇତିମଧ୍ୟରେ ବଲିଉଡର ଥାଳି ଅଶୁଦ୍ଧ ହୋଇ ଯାଇଛି ଏବଂ ଏହାକୁ ପରିଷ୍କାର କରିବାର ଆବଶ୍ୟକତା ରହିଛି। ଜୟା ବଚ୍ଚନ ଯେଭଳି ଭାଷାର ବ୍ୟବହାର କରିଥିଲେ ତାହା ଗ୍ରହଣ କରାଯାଇପାରିବ ନାହିଁ । ଏହି ବିବାଦକୁ ନେଇ ଅନେକ କଥା ଉଠୁଛି। ଏକ ନକାରାତ୍ମକ ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି | ଏହି ସବୁକୁ ତୁରନ୍ତ ବନ୍ଦ କରିବାର ଆବଶ୍ୟକତା ରହିଛି।

इंडस्ट्री में घमासान, शेखर सुमन बोले- बात थाली तक नहीं गाली तक आ गई है - sushant case shekhar suman says drug issue target jaya bachchan tmov - AajTak
AajTak

ଶେଖର ସୁମନଙ୍କ ଦୃଷ୍ଟିରେ ଡ୍ରଗ୍ସ ନାମକ ରୋଗ ହେତୁ ବଲିଉଡରେ ବହୁ ଅଳିଆ ମାଡ଼ି ଯାଇଛି। ବର୍ତ୍ତମାନ ଏହାକୁ ସଫା କରିବା ଆବଶ୍ୟକ। ତେବେ ପୂରା ସିନେମା ଦୁନିଆକୁ ନିଶା ସେବନକାରୀ  କହିବା ଭୁଲ ବୋଲି ଶେଖର ସୁମନ କହିଛନ୍ତି।

ସୁଶାନ୍ତଙ୍କ ମାମଲାରେ ଡ୍ରଗ୍ସ ମୋଡ ସାମନାକୁ ଆସିବା ପରେ ବଲିଉଡକୁ ଟାର୍ଗେଟ୍ କରୁଥିବା ବ୍ୟକ୍ତିଙ୍କ ଉପରେ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ବର୍ଷିଥିଲେ। ଭାରତୀୟ ଜନତା ପାର୍ଟିର ସାଂସଦ ରବି କିଶନଙ୍କ ଉପରେ ପରୋକ୍ଷ ଭା‌ବେ ଟାର୍ଗେଟ୍ କରି ଜୟା ବଚ୍ଚନ କହିଛନ୍ତି, ‘ଯେ ଯେଉଁ ଥାଳିରେ ଖାଇଲେ ,ସେହି ଥାଳିରେ ଛେଦ କରୁଛନ୍ତି।

ସମ୍ବନ୍ଧିତ ଖବର