ପୁଲଓ୍ଵାମା ଆକ୍ରମଣକୁ ନେଇ ସିଦ୍ଧୁ ଦେଇଥିବ ମତକୁ ସମର୍ଥନ କରି ଫସିଗଲେ ଟେଲି ଅଭିନେତ୍ରୀ ଶିଳ୍ପା ସିନ୍ଦେ, ମିଳିଲା ଦୁର୍ଷ୍କମ ଧମକ

ମୁମ୍ବାଇ : ପୁଲଓ୍ଵାମା ଆକ୍ରମଣ ପରେ ଭିନ୍ନ ଲୋକ ଭିନ୍ନ ଭିନ୍ନ ବୟାନ ଦେବାରେ ଲାଗିଛନ୍ତି। କିନ୍ତୁ କ୍ରିକେଟର ନବଜୋତ୍‌ ସିଂହ ସିଦ୍ଧୁ ଆକ୍ରମଣକୁ ନେଇ ଯେଉଁଭଳି ଭାବେ ନିଜର ପ୍ରତିକ୍ରିୟା ରଖିଥିଲେ, ତାହା ତାଙ୍କୁ ବିବାଦକୁ ଟାଣି ଆଣିଥିଲା । ଯାହା ପାଇଁ ତାଙ୍କୁ କମେଡି ସୋ’ରୁ ମଧ୍ୟ ବାହାର କରି ଦିଆ ଯାଇଥିଲା । ସିଦ୍ଧୁଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖି ହାସ୍ୟ ଅଭିନେତା କପିଲ ଶର୍ମା ସିଦ୍ଧୁଙ୍କୁ ସମର୍ଥନ କରିଥିଲେ । ଯାହା ପରେ ତାଙ୍କୁ ମଧ୍ୟ ଲୋକେ ବିରୋଧ କରିବା ସହ ତାଙ୍କ ସୋ’କୁ ବନ୍ଦ କରିବାକୁ ଦାବି କରିଥିଲେ । ଏବେ ସିଦ୍ଧୁଙ୍କୁ ସମର୍ଥନ କରି ଫସିଛନ୍ତି ଟେଲି ଅଭିନେତ୍ରୀ ତଥା ବିଗ୍‌ ବସ୍‌-୧୧ର ବିଜେତା ଶିଳ୍ପା ସିନ୍ଦେ । ସିଦ୍ଧୁ ଯାହା କହିଥିଲେ ତାହା ସମ୍ପୁର୍ଣ୍ଣ ଠିକ୍‌ ବୋଲି ଶିଳ୍ପା କହିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ସହ ଦୁଷ୍କର୍ମର ଧମକ ଦେଇଥିବା ଜଣା ପଡ଼ିଛି ।

oneindia.com

ଏକ ସାକ୍ଷାତକାରରେ ଏଭଳି ଧମକ ଉପରେ ନିଜର ପ୍ରତିକ୍ରିୟା ରଖି, ‘ମୁଁ ଏବେ ଏ ନେଇ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବି । ଏବେ ବହୁତ ହୋଇଗଲା । ବର୍‌ଖା ଦତ୍ତଙ୍କ ଭଳି ସାମ୍ବାଦିକାଙ୍କୁ ମଧ୍ୟ ଏମାନେ ଛାଡୁନାହାନ୍ତି । କେହି କିଛି ଏ ନେଇ କରୁ ନ ଥିବାରୁ ଏମାନଙ୍କ ମୁହଁ ବଢ଼ି ଚାଲିଛି । ଯାହା ଇଚ୍ଛା ତାହା କହିବା ସହ ମନ ଇଚ୍ଛା ଧମକ ଦେଇ ଚାଲିଛନ୍ତି । ସିଦ୍ଧୁ କ’ଣ ଭୁଲ କହିଲେ ଯେ, ତାଙ୍କୁ ବିରୋଧ କରାଯାଉଛି । ସେ କେତେବେଳେ ଆତଙ୍କବାଦକୁ ସମର୍ଥନ କଲେ? ସେ କେବଳ ଯିଏ ଦୋଷୀ ତାକୁ ଦଣ୍ଡ ମିଳୁ ବୋଲି କହିଥିଲେ । ମୋ ହିସାବରେ ସେ କିଛି ଭୁଲ କହି ନାହାନ୍ତି’ ବୋଲି କହିଥିଲେ ଶିଳ୍ପା ।

ସମ୍ବନ୍ଧିତ ଖବର