ମାର୍ଚ୍ଚରୁ ଆରମ୍ଭ ହେବ ‘ଟାଇଗର୍‌-୩’ ସୁଟିଂ

ବଲିଉଡ୍‌ ବ୍ୟୁଟି କ୍ୟାଟ୍ରିନା କୈଫ୍‌ ଏବେ ଏକ୍ସେଲ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ର ଆଗାମୀ ଚଳଚ୍ଚିତ୍ର ‘ଫୋନ୍‌ ଭୁତ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଈଶାନ ଖଟ୍ଟର ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ସେ ଗତ ସପ୍ତାହରୁ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରି ଦେଇଛନ୍ତି। ଏହା ଆସନ୍ତା ଫେବ୍ରୁଆରି ସୁଦ୍ଧା ଶେଷ ହୋଇଯିବ ବୋଲି ଜଣାପଡ଼ିଛି। ଏହାପରେ ଆସନ୍ତ‌ା ବର୍ଷ ଜୁଲାଇ ଆଡ଼କୁ ସେ ଅଲ୍ଲୀଆବାସ ଜାଫର୍‌ଙ୍କ ‘ସୁପରଓମେନ୍‌’ ଚଳଚ୍ଚିତ୍ରରେ ନଜର ଆସିବେ। ତେବେ ବଲିଉଡ୍‌ର ସବୁଠାରୁ ବ୍ୟସ୍ତ ଅଭିନେତ୍ରୀ କ୍ୟାଟ୍ରିନା ଯେ ଫେବ୍ରୁଆରିରୁ ଜୁଲାଇ ଯାଏଁ ଘରେ ବସିବେ, ତାହା ବିଶ୍ବାସ କରି ହେଉନାହିଁ। ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କ୍ୟାଟ୍ରିନା ତାଙ୍କର ଏହି ସମୟ ମଧ୍ୟରେ ସଲ୍‌ମାନ୍‌ ଖାନ୍‌ଙ୍କ ସହ ଟାଇଗର୍‌ର ତୃତୀୟ ପାର୍ଟ ‘ଟାଇଗର୍‌-୩’ ଚଳଚ୍ଚିତ୍ରର ସୁଟିଂ କରିବେ। ଟାଇଗର୍‌-୩ର ପ୍ରଥମ ଭାଗର ସୁଟିଂ ମୁମ୍ବାଇରେ ମାର୍ଚ୍ଚ ମାସରୁ ଆରମ୍ଭ ହେବ। ଏହା ପରେ ଏହାର ଦ୍ବିତୀୟ ଭାଗ ପୂର୍ବ କେନ୍ଦ୍ରୀୟ ଦେଶଗୁଡ଼ିକରେ ସୁଟିଂ ହେବ। ତୃତୀୟ ତଥ‌ା ଅନ୍ତିମ ପର୍ଯ୍ୟାୟ ସୁଟିଂ ମୁମ୍ବାଇରେ ଶେଷ ହେବ। ତେବେ ଚଳଚ୍ଚିତ୍ରର ନାମ ‘ଟାଇଗର୍‌-୩’ ନ ରହିପାରେ।

ସମ୍ବନ୍ଧିତ ଖବର