ପ୍ରଥମ ଥର ଲାଗି ଏଭଳି ଭୂମିକାରେ ନଜର ଆସିବେ ଶ୍ରଦ୍ଧା

ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟିକା ଶ୍ରଦ୍ଧାଙ୍କୁ ଦର୍ଶକ ଗତ ବର୍ଷ ରିଲିଜ୍ ହୋଇଥିବା ‘ଫ୍ରମ୍ ମି ଟୁ ୟୁ’ରେ ଦେଖିବାକୁ ପାଇଥିଲେ। ଏହା ଥିଲା ଶ୍ରଦ୍ଧାଙ୍କର ଦ୍ବିତୀୟ ଓଡ଼ିଆ ସିନେମା। ଏବେ ସେ ଯେଉଁ ସିନେମାରେ କାମ କରୁଛନ୍ତି ତାର ଟାଇଟଲ ହେଲା ‘ରାଜା ସାହିବା’। ଏଥିରେ ସେ ବନିଛନ୍ତି ସାହିବା, ଆଉ ରାଜା ବନିଛନ୍ତି ଅମ୍ଳାନ। ଏହା ହେଉଛି ଏକ ହିନ୍ଦୁ-ମୁସଲିମ୍ ପ୍ରେମ କାହାଣୀ।

‘ରାଜା ସାହିବା’ରେ ଜଣେ ମୁସଲମାନ୍ ଯୁବତୀ ଭୂମିକାରେ ନଜର ଆସିବେ ଶ୍ରଦ୍ଧା। ଏଭଳି ଭୂମିକାରେ ସେ ପ୍ରଥମ ଥର ଲାଗି ନଜର ଆସିବେ। ଏହା ଅମ୍ଳାନ- ଶ୍ରଦ୍ଧା ଯୋଡ଼ିଙ୍କର ଦ୍ବିତୀୟ ଓଡ଼ିଆ ସିନେମା। ଆଗରୁ ଉଭୟଙ୍କୁ ‘ଫ୍ରମ୍ ମି ଟୁ ୟୁ’ରେ ଦେଖିବାକୁ ପାଇଥିଲେ ଦର୍ଶକ। ଏଥିରେ ଜଣାଶୁଣା ଅଭିନେତା ପାର୍ଥସାରଥୀଙ୍କୁ ଏକ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ସିନେପ୍ରେମୀ।

ଶ୍ରଦ୍ଧା ରିଆଲିଟି ସୋ’ ‘ମିଠାମିଠା ଯୋଡ଼ି’ଜରିଆରେ ଓଲିଉଡରେ ଏଣ୍ଟ୍ରି ପାଇଥିଲେ।ଏହାପରେ ସେ ‘ମିଠାମିଠା’ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ। ତେବେ ପ୍ରଥମ ସିନେମା ପରେ ଶ୍ରଦ୍ଧା ଟେଲି ଦୁନିଆଁରେ ଅଧିକ ସକ୍ରିୟ ରହି ଫିଲ୍ମ ପାଇଁ ସମୟ ଦେଇପାରୁନଥିଲେ। ସେ ମଞ୍ଜରୀ ଟିଭିରେ ପ୍ରସାରିତ ଲୋକପ୍ରିୟ ମେଗା ଧାରାବାହିକ ‘ମୋ ଦେହେ ବୋଳି ଦେ ତୋ ଦେହ କଳା’ରେ ନାୟକା ଭାବେ ଅଭିନୟ କରି ବେଶ୍ ସଫଳତା ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର