ପୁଣି ଜେରା ହେବେ ସିଦ୍ଧାର୍ଥ, ନିରଜ ଓ ଦୀପେଶ

ସୁଶାନ୍ତଙ୍କ ସହ ତାଙ୍କ ଘରେ ରହୁଥିବା ବନ୍ଧୁ ସିଦ୍ଧାର୍ଥ ପିଠାନି, ରୋଷୟା ନିରଜ ଓ ଅନ୍ୟ ଜଣେ ଘରୋଇ ସହାୟକ ଦୀପେଶ ସାୱନ୍ତଙ୍କୁ ପୁଣିଥରେ ସିବିଆଇ ଜେରା କରିବ। ୩ଜଣଯାକ ଆଜି ମୁମ୍ବାଇ ଡିଆର୍‌ଡିଓ ଅତିଥି ଭବନରେ ପହଞ୍ଚିଛନ୍ତି। ସେଠାରେ ସିବିଆଇ ସେମାନଙ୍କୁ ଆଉ ଏକ ରାଉଣ୍ଡ୍‌ ପଚରାଉଚରା କରିବ। ବୟାନରେ ତାଳମେଳ ରହୁ ନଥିବାରୁ ପୁଣି ଥରେ ସେମାନଙ୍କ ବୟାନ ରେକର୍ଡ କରିବ। ସୁଶାନ୍ତଙ୍କ ମୃତ୍ୟୁ ପରେ ଓ ପୁଲିସ ପହଞ୍ଚିବା‌ ପୂର୍ବରୁ ଫ୍ଲାଟ୍‌ରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ସିବିଆଇ ଜେରା କରୁଛି। ଖୁବ୍‌ଶୀଘ୍ର ରିୟା ଓ ତାଙ୍କ ଭାଇ ସ୍ବସ୍ତିକଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିବ। ଏଥିସହ ସୁଶାନ୍ତଙ୍କ ଘର ମାଲିକଙ୍କୁ ବି ସିବିଆଇ ସମନ୍‌ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର