ଗାୟକ ଏସ୍. ପି. ବାଲସୁବ୍ରମଣ୍ୟମ୍ କୋରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ
ଚେନ୍ନାଇ: ଭାରତୀୟ ଚଳଚ୍ଚିତ୍ର ଜଗତର ଜଣାଶୁଣା ଗାୟକ ଏସ୍.ପି. ବାଲସୁବ୍ରମଣ୍ୟମ୍ କରୋନା ଆକ୍ରାନ୍ତ। ବାଲସୁବ୍ରମଣ୍ୟମ୍ ନିଜେ ଫେସ୍ବୁକ୍ରେ ଏକ ଭିଡିଓ ସେୟାର୍ କରି ଏହା ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପରୀକ୍ଷା କରାଇବା ଏବଂ ଆରମରେ ସୁସ୍ଥ ହେବା ପାଇଁ ଓ ପରିବାର ପ୍ରତି ବିପଦ ଏଡ଼ାଇବା ସେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି।
ବାଲସୁବ୍ରମଣ୍ୟମ୍ ଜଣାଇଛନ୍ତି, ଗତ ୨/୩ ଦିନ ହେବ ତାଙ୍କ ଠାରେ ଛାତି ଭିଡ଼ିବା, କଫ ବାହାରିବା, ଥଣ୍ଡା ଓ ଜ୍ବର ଆଦି ହେବା ଭଳି ଲକ୍ଷଣ ଦେଖା ଯାଉଥିଲା। ତାଙ୍କ ଠାରେ ଅନ୍ୟ କୌଣସି ସମସ୍ୟା ଦେଖା ଦେଇ ନ ଥିଲେ ମଧ୍ୟ ସେ ଏହାକୁ ମାମୁଲି କଥା ନ ଭାବି ଡାକ୍ତରଖାନାକୁ ଯାଇ ଯାଞ୍ଚ କରାଇଥିଲେ। ସେମାନେ ତାଙ୍କୁ କହିଲେ ଯେ, ତାଙ୍କ ଠାରେ କରୋନାଭାଇରସ୍ର ସାମାନ୍ୟ ସଂକ୍ରମଣ ରହିଛି। ତେଣୁ ଔଷଧ ଖାଇ ଘରେ ଏକାନ୍ତବାସରେ ରହିଲେ ଚଳିବ। ଘରେ ପରିବାର ଥିବାରୁ ଏକାନ୍ତବାସରେ ପାଳିବା କଷ୍ଟକର ବୋଲି ବିଚାରି ସେ ଡାକ୍ତରଖାନାରେ ରହିବାକୁ ନିଷ୍ପତ୍ତି ନେଇଥିଲେ।
ପଦ୍ମଭୂଷଣ ସମ୍ମାନ ଏବଂ ଅନେକ ଜାତୀୟ ସମ୍ମାନରେ ସମ୍ମାନିତ ୭୪ ବର୍ଷିୟ ଗାୟକ ଏସ୍ପି ୧୬ଟି ଭାରତୀୟ ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାୟନ କରିଛନ୍ତି।
ବନ୍ଧୁ ଓ ପ୍ରଶଂସକମାନଙ୍କୁ ଭରସା ଦେଇ ବାଲସୁବ୍ରମଣ୍ୟମ୍ କହିଛନ୍ତି ଯେ, ତାଙ୍କୁ ଭଲ ଚିକିତ୍ସା ମିଳୁଛି, ଚିନ୍ତା କାରଣ ନାହିଁ। ଦୁଇ ଦିନ ମଧ୍ୟରେ ସେ ଡାକ୍ତରଖାନାରୁ ଘରକୁ ଫେରିଯିବେ।