ବିବାହ ପରେ ସୋନମ ହାତରେ ପିନ୍ଧିଥିବା ମଙ୍ଗଳସୂତ୍ରର ଅର୍ଥ କ’ଣ ଜାଣନ୍ତୁ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ସୋନମ କପୁର ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ଚର୍ଚ୍ଚାରେ ଅଛନ୍ତି। ସୋନମ କପୁର ଇନଷ୍ଟା ଷ୍ଟୋରିରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ହାତରେ ଏକ ଫଟୋ ଦେଖିବାକୁ ମିଳୁଛି। ସେଥିରେ ସେ ଅନ୍ୟ ଗହଣା ସହିତ ଏକ ମଙ୍ଗଳସୂତ୍ର ବି ପିନ୍ଧିଛନ୍ତି। ଏହି  ମଙ୍ଗଳସୂତ୍ର ସହିତ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହିତ ଏକ ସ୍ୱତନ୍ତ୍ର ସମ୍ପର୍କ ଯୋଡ଼ି ହୋଇଥିବା ନେଇ କୁହାଯାଉଛି।

ସୋନମ ପିନ୍ଧିଥିବା ମଙ୍ଗଳସୂତ୍ରରେ ଥିବା ଡାଇମଣ୍ଡ ପେଣ୍ଡେଣ୍ଟ ଆନନ୍ଦଙ୍କ ରାଶିକୁ ଦର୍ଶାଉଛି। ପେଣ୍ଡେଣ୍ଟର ଆକାର ସିଂହ ରାଶି ଭଳି ରହିଛି। ଆଉ ଏହା ହେଉଛି ଆନନ୍ଦ ଆହୁଜାଙ୍କ ରାଶିର ଚିହ୍ନ। ସୋନମଙ୍କ ରାଶି ହେଉଛି ମିଥୁନ।

କିଛିଦିନ ତଳେ ସୋନମ ବାରମ୍ବାର ନିଜର ନାମ ବଦଳାଉ ଥିବା ନେଇ ଟ୍ରୋଲ ହୋଇଥିଲେ। ପ୍ରଥମତଃ ତାଙ୍କର ମୂଳ ନାମ ସୋନମ କପୁର। ବିବାହ ପରେ ସେ ନିଜ ନାମ ସୋନମ୍‌ କପୁର ଆହୁଜା ରଖିବେ ବୋଲି ସୂଚନା ମିଳିଲା। ଏବେ ତାଙ୍କ ନାମ ସୋନମ୍‌ କେ ଆହୁଜା ହେବ ବୋଲି ନିଶ୍ଚିତ ହୋଇଛି । ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଏହି ଅଭିନେତ୍ରୀ ପରିଶେଷରେ ନିଜର ନାମ ସୋନମ୍‌ କେ ଆହୁଜା ରଖିବାକୁ ସହମତି ପ୍ରକାଶ କରିଛନ୍ତି। ତେବେ ଭାରତର ପ୍ରଖ୍ୟାତ ଅଙ୍କ ଜ୍ୟୋତିଷ ସଂଜୟ ଜୁମାନୀଙ୍କ ପରାମର୍ଶରେ ସୋନମ କପୁର ଏଭଳି କରିଥିବା କୁହାଯାଉଛି ।

ସଂଜୟ ଜୁମାନୀ ଦର୍ଶାଇଥିଲେ ଯେ ଯଦି ସୋନମ୍‌ ନିଜ ନାମ ସହିତ ଆହୁଜା ଶବ୍ଦ ଯୋଡ଼ିବେ ତେବେ ତାଙ୍କର ବ୍ୟକ୍ତଗତ ଓ ବୃତ୍ତିଗତ ଜୀବନ ଉପରେ କୁପ୍ରଭାବ ପଡ଼ିବ । କିନ୍ତୁ ଯଦି ସେ ତାଙ୍କ ନାମ ସୋନମ୍‌ କେ ଆହୁଜା ରଖିବେ, ତେବେ ତାହା ତାଙ୍କ ପାଇଁ ଭଲ ହେବ । ତାଙ୍କର ଏହି ପରାମର୍ଶକୁ ଗ୍ରହଣ କରିଛନ୍ତି ସୋନମ କପୁର । ସୋନମ କପୁରଙ୍କ ସ୍ୱାମୀ ଆନନ୍ଦ ଆହୁଜା ବି ଅଙ୍କ ଜ୍ୟୋତିଷରେ ଖୁବ୍‌ ବିଶ୍ୱାସ କରନ୍ତି ।

ସମ୍ବନ୍ଧିତ ଖବର